ନବରଙ୍ଗପୁର ତେନ୍ତୁଳିଖୁଂଟିରେ ପାରିବାରିକ କଳହରୁ ହତ୍ୟାକାଣ୍ଡ। ଜେଜେମାଆକୁ ମାରି ମାଟି ତଳେ ପୋତି ଦେଇଥିଲେ ନାତି ଓ ବୋହୂ।

ନବରଙ୍ଗପୁର ତେନ୍ତୁଳିଖୁଂଟିରେ ପାରିବାରିକ କଳହରୁ ହତ୍ୟାକାଣ୍ଡ। ଜେଜେମାଆକୁ ମାରି ମାଟି ତଳେ ପୋତି ଦେଇଥିଲେ ନାତି ଓ ବୋହୂ।

କନକ ବ୍ୟୁରୋ: ଘରୋଇ କଳହରୁ ହତ୍ୟାକାଣ୍ଡ । ଜେଜେମାଙ୍କୁ ହତ୍ୟା କଲା ନାତି । ଘଟଣାକୁ ଚପାଇବା ପାଇଁ ଜେଜେ ମାଆଙ୍କ ମୃତଦେହକୁ ପୋତି ଦେଇଥିଲେ ନାତି ଓ ବୋହୂ । ମାଟି ତଳୁ ଗଳିତ ଶବ ଉଦ୍ଧାର କରିଛି ପୁଲିସ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡା ଗାଁରେ ସାମାନ୍ୟ ବଚସାରୁ ଏଭଳି ହତ୍ୟାକାଣ୍ଡ ଘଟିଛି । ନାତି ହାତରେ ଜେଜେମାଙ୍କ ଜୀବନଯାଇଛି । ଜେଜେମାଆଙ୍କୁ ମାରିବା ପରେ ମାଆଙ୍କ ସାହାଯ୍ୟରେ ଶବକୁ ପୋତିଦେଇଥିଲା ନାତି ।

ଗତ ୯ ତାରିଖ ଦିନ ସୋନାଇଁ ଜାନିଙ୍କ ପରିବାରରେ କୌଣସି କଳି ଝଗଡା ଲାଗିଥିଲା । ସେହି ଝଗଡା ବେଳେ ନାତି ଜଗବନ୍ଧୁ ଜାନି ନିଜ ଜେଜେ ମା’ଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ନାତି ଜଗବନ୍ଧୁ ଏବଂ ମାଆ କୁନି ଯାନୀ ମିଶି ଶବକୁ ନିଜ ଘର ନିକଟରେ ଥିବା ଏକ ସ୍ଥାନରେ ପୋତିଦେଇଥିଲେ । ଏହାପରେ ଜଗବନ୍ଧୁ ଅନ୍ୟତ୍ର ଚାଲିଯାଇଥିଲା । ମୃତ ସୋନାଇଁଙ୍କ ଭଣଜା ଲକିନାଥ ଜାନି ମାଇଁ ନିଖୋଜ ଥିବା ନେଇ ତେନ୍ତୁଳିଖୁଂଟି ଥାନାରେ ଅଭିଯୋଗ କରିଥିଲେ । ନିଖୋଜ ଅଭିଯୋଗର ତଦନ୍ତ କରୁ କରୁ ହତ୍ୟାକାଣ୍ଡ ପାଖରେ ପହଞ୍ଚିଛି ପୁଲିସ । ସନେଇଁଙ୍କୁ ହତ୍ୟା ଘଟଣାରେ ନାତି ଓ ବୋହୂକୁ ଗିରଫ କରିଥିଲା । ପରେ ଅଭିଯୁକ୍ତ ଜଗବନ୍ଧୁକୁ ସାଥିରେ ନେଇ ସିନ୍ ରିକ୍ରିଏୟସନ୍ କରିଛି ପୁଲିସ । ଏହାସହ ମାଟି ତଳୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି । ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ତଦନ୍ତ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe