କନକ ବ୍ୟୁରୋ: ମମିତା ହତ୍ୟା ମାମଲାର ତ୍ୱରିତ ବିଚାର ପାଇଁ ଦାବି କରିଛନ୍ତି ତାଙ୍କ ପରିବାର ଲୋକ । ଗତକାଲି ମମିତାଙ୍କ କିଛି ସାମଗ୍ରୀ ଚିହ୍ନଟ ପାଇଁ ବଲାଙ୍ଗିର ଏସପି ଅଫିସକୁ ପରିବାର ଲୋକଙ୍କୁ ଡ଼କାଯାଇଥିଲା । ଆଉ ଏହି ସମୟରେ ଏସପିଙ୍କ ଜରିଆରେ ପୋଲିସ ଡ଼ିଜିଙ୍କୁ ନିଜର ଦାବି ଜଣାଇଛନ୍ତି ମମିତାଙ୍କ ପରିବାର ଲୋକ ।
କୁହାଯାଉଛି, ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଦାବି କରିଛନ୍ତି ମମିତାଙ୍କ ବାପା ମା’ । ଅର୍ଥାତ୍ ଝିଅର ହତ୍ୟାକାରୀଙ୍କୁ ତୁରନ୍ତ ଫାଶୀ ଖୁଂଟରେ ଝୁଲୁଥିବା ଦେଖିବାକୁ ଚାହାଁନ୍ତି ମମିତାଙ୍କ ପରିବାର ଲୋକ । ଏହି ହତ୍ୟା ମାମଲାରେ ବହୁ ବଡ଼ ବଡ଼ ଲୋକଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଥିବାରୁ ମାମଲାର ଶିଘ୍ର ବିଚାର କରି ଦୋଷୀଙ୍କୁ ସଜା ଦେବା ପାଇଁ ପୋଲିସ ଓ ପ୍ରଶାସନ ନିକଟରେ ଦାବି ରଖିଛନ୍ତି ପୀଡ଼ିତ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/12-25.jpg)