ବର୍ଷା- ଅନୁଭବଙ୍କ ଛାଡପତ୍ରକୁ ମଂଜୁରୀ । ୧୦ ବର୍ଷର ସମ୍ପର୍କର ପୂର୍ଣ୍ଣଚ୍ଛେଦ । ଆଇନଗତ ଲଢେଇରେ ସାଂସଦ ଅନୁଭବଙ୍କ ବିଜୟ ।

2,282

କନକ ବ୍ୟୁରୋ: ଅନେକ ବାଦବିବାଦ ପରେ ଶେଷରେ ୧୦ ବର୍ଷର ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ଛାଡପତ୍ର ପାଇଁ ଆଇନଗତ ଲଢେଇରେ ସାଂସଦ ଅନୁଭବ ମହାନ୍ତିଙ୍କର ବିଜୟ ହୋଇଥିବା ସୂଚନା ଦେଇଛନ୍ତି ଖୋଦ୍ ଅନୁଭବ । ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟଙ୍କ ମଂଜୁରୀ ମିଳିଛି ।

ଏ ସମ୍ପର୍କରେ ନିଜେ ସାଂସଦ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନୁଭବ । ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି । ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ୧୦ ବର୍ଷ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।