କନକ ବ୍ୟୁରୋ : ପାରିବାରିକ କଳହକୁ ନେଇ ଦାଦା ଓ ଖୁଡିଙ୍କୁ ପୁତୁରାର ଆକ୍ରମଣ । ଅନୁଗୁଳ ଶାବଳଭଙ୍ଗା ଗାଁରେ ପାରିବାରିକ ବିବାଦକୁ ନେଇ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଦାଦା ଗୋବର୍ଦ୍ଧନ ଓ ଖୁଡି ଅନ୍ନପୂର୍ଣ୍ଣାଙ୍କୁ ପୁତୁରା ପ୍ରମୋଦ ଠେଙ୍ଗାରେ ଆକ୍ରମଣ କରିଥିଲା ।

Advertisment

ଗୁରୁତର ଅବସ୍ଥାରେ ଉଭୟ ଦାଦା ଗୋବର୍ଦ୍ଧନ ଓ ଖୁଡି ଅନ୍ନପୂର୍ଣ୍ଣାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଅନୁଗୁଳ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-