ଭଲ ପାଇବାର ଏକ ନିଆରା ଉଦାହରଣ ! ଗାଈର ମୃତ୍ୟୁରେ ଶୋକ ଦିବସ ପାଳିଲେ ପରିବାର ଲୋକେ, ଶୁଦ୍ଧିକ୍ରିୟାରେ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

81

ଉତ୍ତରପ୍ରଦେଶ ମୁରାଦନଗରରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି । ୟୁପିର ଏକ ପରିବାର ତାଙ୍କର ଗୋଟିଏ ଗୃହପାଳିତ ଗାଈର ମୃତ୍ୟୁକୁ ନେଇ ଶୋକ ଦିବସ ପାଳନ କରିବା ସହ ଗାଇର ଶୁଦ୍ଧିକ୍ରିୟା କରିଛନ୍ତି । ଏପରିକି ପରିବାର ଲୋକେ ଗାଈର ଶୁଦ୍ଧିକ୍ରିୟା ପାଳନ କରିବା ଅବସରରେ ପ୍ରାୟ ୧୦୦୦ ରୁ ଅଧିକ ଲୋକଙ୍କୁ ଭୋଜନ ମଧ୍ୟ ଦେଇଛନ୍ତି ।

ସୁଚନା ଅନୁଯାୟୀ, କାକଡା ଗ୍ରାମର ଏକ କୃଷକଙ୍କର ଗାଈର ମୃତ୍ୟୁ ପରେ ପରିବାର ଲୋକେ ଗାଇର କ୍ରିୟାକର୍ମ ସମ୍ପୂର୍ଣ୍ଣ ନିଷ୍ଠାର ସହ ସମ୍ପର୍ଣ୍ଣ କରିଥିଲେ । ଏହା ସହ ମୃତ୍ୟୁର ୧୩ ଦିନରେ ପରିବାର ଲୋକେ ପ୍ରାୟ ୧୦୦୦ ରୁ ଅଧିକ ଲୋକଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ସମ୍ପୂର୍ଣ୍ଣ ବିଧିବଦ୍ଧ ଭାବରେ ନିମନ୍ତ୍ରଣ ପତ୍ର ଛପା ଯାଇ ଲୋକଙ୍କୁ ଆମନ୍ତ୍ରଣ କରାଯାଇଥିଲା ।

ତେବେ ଏହି ଗାଈକୁ ପରିବାର ଲୋକେ ନିଜର ସଦସ୍ୟ ବୋଲି ମାନୁଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଦେବପ୍ରକାଶ ତ୍ୟାଗି ୨୦୦୪ ମସିହାରେ ସତିଶ ତ୍ୟାଗିଙ୍କ ଠାରୁ ୨୦୦୦ ଟଙ୍କାରେ ଗାଈଟିକୁ କିଣିଥିଲେ । ଏହି ଗାଈଟି ବିନା ପ୍ରଜନନରେ ପ୍ରାୟ ୧୩ ବର୍ଷ ହେଲାଣି ପରିବାର ଲୋକଙ୍କୁ ଖୀର ଦେଇଆସୁଥିଲା । ପ୍ରକାଶ ତ୍ୟାଗି ଏହି ଗାଈଟିର ନାମ ଗୌରୀ ରଖିଥିଲେ । ତେବେ ଗତ ମାର୍ଚ୍ଚ ୩୧ ତାରିଖରେ କୌଣସି ଏକ ବିଶାକ୍ତ ପୋକ କାମୁଡିବା କାରଣରୁ ଗୌରୀ ଗାଈଟିର ମୃତ୍ୟୁ ହୋଇଯାଇଥିଲା । ଗୌରୀର ଏପରି ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଦୁଃଖ ପ୍ରକାଶ କରିବା ସହ ବିଧିବଦ୍ଧ ଭାବେ ଗାଇର ସମ୍ପୂର୍ଣ୍ଣ ଶୁଦ୍ଧିକ୍ରିୟା ସମ୍ପର୍ଣ୍ଣ କରିଥିଲେ । ଏହି ଶୁଦ୍ଧିକ୍ରିୟାରେ ଗ୍ରାମବାସୀଙ୍କ ସମେତ ଭାରତୀୟ ଜନତା ପାର୍ଟିର ବିଧାୟକ ଅଜିତ ପାଲ ମଧ୍ୟ ସାମିଲ ହୋଇଥିଲେ ।