କନକ ବ୍ୟୁରୋ: ଝିଅର ମୃତ୍ୟୁ ଖବର ପାଇଁ ଘରକୁ ଫେରିବା ବେଳେ ତାମିଲନାଡୁ ରେଳ ଷ୍ଟେସନରେ ପିତାଙ୍କ ମୃତ୍ୟୁ । ମୃତ ଶରୀର ଆଣିବା ପାଇଁ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ । ରାୟଗଡ଼ା କାଶୀପୁର ରାଶିପୁର ଗାଁର ମଦନ ଗୌଡଙ୍କ ମୃତ୍ୟୁ ହୋଇଛି । ଅସୁସ୍ଥତା ଯୋଗୁ ଦୁଇ ଦିନ ତଳେ ମଦନଙ୍କ ଝିଅର ମୃତ୍ୟୁ ହୋଇଥିଲା । ତାମିଲନାଡୁ କାମ କରିବାକୁ ଯାଇଥିବା ମଦନ ଏକଥା ଜାଣିବା ପରେ ଘରକୁ ଫେରୁôଥିଲେ । ତାମିଲନାଡୁ ରେଳ ଷ୍ଟେସନରେ ତାଙ୍କର ମୃତ୍ୟୁ ହୋଇଥିଲା । ବାପା ଓ ଝିଅଙ୍କ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।