କନକ ବ୍ୟୁରୋ: କଳାହାଣ୍ଡିରେ ଦାଦନ ଶ୍ରମିକଙ୍କ ଦୁଃଖ । ରୋଜଗାର ଆଶାରେ ଚେନ୍ନାଇ କାମ କରିବାକୁ ଯାଇଥିବା ଯୁବକର ମୃତ୍ୟୁ ହୋଇଯାଇଛି । ହେଲେ ଅର୍ଥ ଅଭାବରୁ ମୃତ୍ୟୁର ୧୧ ଦିନ ହେଲା ପରେ ବି ଗାଁରେ ପହଞ୍ଚିି ପାରୁନାହିଁ ମରଶରୀର । ଜୟପାଟଣା ବ୍ଲକ ବାଡକର୍ଲାକୋଟ ଗାଁରୁ ଆସିଛି ଏହି ଦୁଃଖଦ ଖବର ।

Advertisment

ବାଡକର୍ଲାକୋଟ ଗାଁର ଶୋଭା ଭଇଁଶାଲ ଓ ଧନମିତ ଭଇଶାଲଙ୍କ ଏକମାତ୍ର ପୁଅ ଉମାଶଙ୍କର ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହଠାତ୍ ଦେହ ଅସୁସ୍ଥ ହେବା ପରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗତ ୯ ତାରିଖରେ ଉମାଶଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଚେନ୍ନାଇର ଏକ ଡାକ୍ତରଖାନାରୁ ଫୋନ ଆସିବା ପରେ ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡିଛନ୍ତି । କିନ୍ତୁ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁପୁଅର ମୃତଦେହକୁ ଆଣି ପାରୁନାହାନ୍ତି । ପୁଅର ଶେଷ ଦର୍ଶନ କରିବା ପାଇଁ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ପ୍ରଶାସନକୁ ମା ବାପା କାନ୍ଦି କାନ୍ଦି ନେହୁରା ହେଉଛନ୍ତି ।