କନକ ବ୍ୟୁରୋ: କାଳ ସାଜିଲା ଜନ୍ମକଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ନିଜେ ମାଆ ହିଁ ୩ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହେଲେ ମା’ କାହିଁକି ନିଜ ଦୁଇ ପିଲାଙ୍କୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
ପୋଲିସ ଏନେଇ ଅଧିକ ତଦନ୍ତି ଜାରି ରଖିଛି । ଗତକାଲି ରାତିରେ ଅନୁଗୁଳ ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ କୂଅରେ ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ମିଳିଥିଲା । ମୁଣ୍ଡାଢିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଘର ପଛପଟ କୂଅ ଭିତରେ ମିଳିଲା । କିଏ ଓ କାହିଁକି ଶିଶୁ ଦୁଇଟିଙ୍କୁ କୂଅରେ ପକାଇଲା ବୋଲି ପୋଲିସ ତଦନ୍ତ କରୁଥିବାବେଳେ, ମାଆ ହିଁ ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/23-23.jpg)