କନକ ବ୍ୟୁରୋ : ଜଙ୍ଗଲ ଜମିକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଜଙ୍ଗଲ ଜମିରେ ଚାଷ କରି ପେଟ ପୋଷୁଥିବା ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ଗାଁ ମଠ ମନ୍ଦିର ଯିବା ପାଇଁ ମନା କରାଯାଇଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରୁ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ଗାଁର ଏକ ଜଙ୍ଗଲ ଜମିରେ ଚାଷ କରି ପରିବାର ପୋଶୁଥିଲେ ସେହି ଗାଁର ଧୋବା ନାୟକ । ଆଉ ସେହି ଜଙ୍ଗଲ ଜମିକୁ ନେଇ ଗୋବିନ୍ଦପୁର ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ସେହି ଜମିକୁ ଛାଡିବା ପାଇଁ ଧୋବାଙ୍କୁ ଗାଁ ଲୋକ ବାଧ୍ୟ କରୁଥିଲେ । ସେ ମନା କରିବାକୁ ୨ ମାସ ହେଲା ଧୋବାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି । ନିଆଁ ପାଣି ବାସନ୍ଦ କରାଯାଇଥିବା ବେଳେ ଗାଁରେ ଥିବା ମଠ ଓ ମନ୍ଦିରକୁ ଯିବା ପାଇଁ ବାରଣ କରାଯାଇଥିବା ଅଭିଯୋଗ ହୋଇଛି ।

Advertisment