କୋଭିଡ୍ ମୃତକ ପରିବାରକୁ ମିଳିବ ସହାୟତା ରାଶି । ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି

204

କନକ ବ୍ୟୁରୋ : କୋଭିଡ଼ ମୃତକ ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ଼ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକର ଏକ ସ୍ୱତନ୍ତ୍ର ଏସଓପି ଜାରି କରିବେ ।

ଯେହେତୁ ୩୦ ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି, ସେ ଦୃଷ୍ଟିରୁ ରାଜ୍ୟର କୋଭିଡ ମୃତ୍ୟୁ ସଂଖ୍ୟାରେ ଏ ସବୁକୁ ମିଶାଯିବ । ଏହାଫଳରେ ରାଜ୍ୟର ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ବଢ଼ିବ । ନିୟମ ଅନୁସାରେ କୋଭିଡ ମୃତ୍ୟୁର ପୁନଃ ଅଡିଟ କରିବା ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ରହିଛି। ତାହାକୁ ଆମେ ଅନୁପାଳନ କରିବୁ । ଏଣୁ ଏହି ପ୍ରକ୍ରିୟା ଭିତରେ ଯେଉଁମାନେ ରହିଛନ୍ତି, ସେମାନେ ଆବେଦନ କରି ପାରିବେ ।