କନକ ବ୍ୟୁରୋ : ଚାଷ ଜମି ଅଛି ସତ ହେଲେ ଧାନ ଚାଷ ହୋଇଥିବା ମିଛ ରେକର୍ଡ । ଧାନ ଚାଷ ହୋଇଥିବା କହି ପଂଜିକୃତ ହୋଇଛି ଚାଷ ଜମି । ହେଲେ ରଜ୍ୟସ୍ତରୀୟ ସାଟେଲାଇଟ ସର୍ଭେରୁ କୌଣସି ଧାନ ଚାଷ ହୋଇନଥିବା କଥା ପଦାକୁ ଆସିଛି । ଭଂଜନଗର ଉପଖଣ୍ଡର ୧ଲକ୍ଷ ୪୬ ଜହାର ୬୭ ଟି ପ୍ଲଟ୍ରେ ଆଦୌ ଧାନ ଚାଷ ହୋଇନଥିବା ଧରାପଡିଛି । ମଣ୍ଡିରେ ଧାନ ବିକିବା ଲାଗି ଚାଷୀ ପଞ୍ଜିକରଣ କରିଥିବା ଚାଷ ଜମି ପ୍ଲଟରେ ଧାନ ଚାଷ ହୋଇନି । କେଉଁଠି ପୋଖରି ହୋଇଛି ତ ଆଉ କେଉଁଠି ସୁଉଚ୍ଚ ଅଟାଳିକା ତିଆରି ହୋଇଛି । ଆଉ କେଉଁଠି ଚାଷ ଜମି ପଡିଆ ପଡିଛି । ବିଭିନ୍ନ ସ୍ଥାନରେ ଆଖୁ, ଆମ୍ବ,ପଣସ,ନଡିଆ,କାଜୁ ସହ ଭଳିକି ଭଳି ପନିପରିବା ଚାଷ ହୋଇଛି । ସେପଟେ ଏହି କାମ ସରିନଥିବାରୁ ଭଂଜନଗର ଉପଖଣ୍ଡରେ ମଣ୍ଡି ଖୋଲିନି । ଫଳରେ ଚାଷୀ କମ୍ ମୂଲ୍ୟର ଦଲାଲକୁ ବିକ୍ର କ୍ଷତିରେ ପଡୁଛି ।
ଭଞ୍ଜନଗର ଉପଖଣ୍ଡ ଅଧିନରେ ପଂଜିକୃତ ହୋଇଥିବା ସମସ୍ତ ପ୍ଲଟର ପୁଣିଥରେ ଯାଂଚ କରାଯିବ । ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମୁଖ୍ୟଙ୍କ ଭଳି ୨୧୯ ଜଣ ସର୍ଭେୟର ସେହିସ୍ଥାନକୁ ଯିବେ । ସବୁ ସନ୍ଦେହଜନକ ପ୍ଲଟକୁ ଯାଇ ଜମି ଉପରେ ରହି ନିଜର ଫଟୋ ଉଠାଇ ନିଜ ଫଟୋ ସହ ଜମିର ଫଟୋ ଉଠାଇ ଜିଓ ଟ୍ୟାଗିଂ କରିବେ । ସନ୍ଦେହ ଜନକ ପ୍ଲଟରେ ବାସ୍ତବରେ ଧାନ ଚାଷ ହୋଇଥିବ ତେବେ ତାହାକୁ ପଞ୍ଜିକରଣ ସୂଚିରେ ସ୍ଥାନିତ କରାଯିବ । ଯଦି ଧାନ ଚାଷ ହୋଇନଥିବ ତେବେ ଉକ୍ତ ଜମିକୁ ପଞ୍ଜିକରଣ ସୂଚୀରୁ ବାଦ୍ ଦିଆଯିବବୋଲି କୁହିଛନ୍ତି ଯୋଗାଣ ଅଧିକାରୀ ।
ଅମଳ ଧାନ ବିକିବାକୁ ବସିଥିବା ଚାଷୀଙ୍କ ପ୍ରତି ପ୍ରଥମେ ଗୁରୁତ୍ୱ ଦିଆଯାଇ ମଣ୍ଡି ଖୋଲିବା ଜରୁରୀ ହୋଇପଡିଛି ।