କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ଠକ । ଠକେଇ କରିବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ଠକ । ଆଜି ମୁଁ ଆପଣଙ୍କ ସମ୍ମୁଖର ଏମିତି ଏକ ଠକଙ୍କ ସମ୍ପର୍କରେ ତଥ୍ୟ ରଖିବା ପାଇଁ ଚାହିଁବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରାଜ୍ୟର ଜଣେ ମନ୍ତ୍ରୀଙ୍କ ନାଁରେ ମିଛ ଫୋନକଲ୍ କରି ଠକେଇ କରିବାକୁ ଉଦ୍ୟମ କରିଛନ୍ତି ଠକ । ପୂରା କାହାଣୀଟି ଏମିତି ।
ଠକ ଜଣଙ୍କ ଜଣେ ହୋଟେଲ ବ୍ୟବସାୟୀଙ୍କୁ ମନ୍ତ୍ରୀଙ୍କ ପିଏର ପରିଚୟ ଦେଇ ଫୋନ କରିଥିଲେ । ତାପରେ ଠକ ଜଣଙ୍କ ଆଉ ଜଣେ ଠକଙ୍କୁ ଧରାଇଦେଇଥିଲେ ଫୋନ୍ । ସେ ନିଜକୁ ମନ୍ତ୍ରୀ ବୋଲି ପରିଚୟ ଦେବା ସହ ମାଲିକଙ୍କୁ ଜଣେ ତାନ୍ତ୍ରିକଙ୍କୁ ୫ଦିନ ତାଙ୍କ ହୋଟେଲରେ ରଖିବା ପାଇଁ କହିଥିଲେ । ଏବଂ ତାନ୍ତ୍ରିକଙ୍କଠାରୁ ସେ ଏକ ଯନ୍ତ୍ର ମାଗିନେବା ପାଇଁ ବ୍ୟବସାୟୀଙ୍କୁ କହିଥିଲେ । କିନ୍ତୁ ହୋଟେଲ ମାଲିକ ନିଜକୁ ନାସ୍ତିକ କହିବା ପରେ ହଡବଡେଇ ଯାଇଥିଲେ ଠକ । ଆଉ ଧରାଛୁଆଁ ଦେଇ ନଥିଲେ । ଶୁଣି ନିଅନ୍ତୁ ଠକ ଜଣଙ୍କ ହୋଟେଲ ମାଲିକଙ୍କୁ କଣ କହିଥିଲେ, ..