କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମର ୨ନମ୍ବର ଓାର୍ଡ କହିଲେ ସହରର ପୁରୁଣା ବ୍ରହ୍ମପୁର ନିକଟ ହରଡାଖଣ୍ଡି ଅଂଚଳକୁ ବୁଝାଏ । ହରଡାଖଣ୍ଡି ଛକ ନିକଟରେ ରହିଛି ଆନନ୍ଦନଗର । ଆନନ୍ଦ ନଗରର ପ୍ରବେଶ ପଥରେ ଏକ ଫଳକ ରହିଛି । ଫଳକର ଉଭୟ ପାଶ୍ୱର୍ରେ ଆନନ୍ଦନଗର ବସ୍ତିର ୪୯୫ପରିବାର ଉପକୃତ ଲାଗି ଉନ୍ନତିକରଣ କାମ ସଂପର୍କରେ ତଥ୍ୟ ଉଲ୍ଲେଖ ରହିଛି । ସେଥିରେ ଖାଲି ଜାଗାର ଉନ୍ନତିକରଣ, ଫେବରବ୍ଲକ ଦ୍ୱାରା ରାସ୍ତା ନିର୍ମାଣ, ଚିତ୍ରକାଳା, ପିଲାଙ୍କ ପାଇଁ ଖେଳପଡିଆ ଓ ଲାଇଟ୍ ଦ୍ୱାରା ସୌନ୍ଦର୍ଯ୍ୟକରଣ କରାଯାଇଥିବା ସୂଚନା ଦିଆଯାଇଛିା । ଯେଉଁ ସାହିମୁଣ୍ଡରେ ଫଳକଟି ଲାଗିଛି ତାହା ଆନନ୍ଦ ନଗର । କିନ୍ତୁ ସେଠାରେ କୌଣସି ବସ୍ତିର ଠିକଣା ନାହିଁ । କି ସେଠାରେ ଆଖିଦୃଶିଆ ଉନ୍ନ୍ତି ମୁଳକ କାମ ହୋଇନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।

Advertisment

ଜାଗା ମିଶନ ଯୋଜନାରେ ୨୦୨୦ ମାର୍ଚ୍ଚ ମାସରେ ଆନନ୍ଦନଗର ବସ୍ତି ଉନ୍ନତିକରଣ ପାଇଁ ତକ୍ରାଳୀନ ସ୍ଥାନୀୟ କର୍ପରେଟର ଭାନୁମତୀ ବିଶୋୟୀଙ୍କ କାର୍ଯ୍ୟକାଳ ସମୟରେ ୧୦ଲକ୍ଷ ୪୩ହଜାର ୪୫୯ଟଙ୍କାର ଅନୁଦାନ ମିଳିଥିଲା । ମାତ୍ର ୨୧ଦିନରେ କାମ ସରିଥିବା ଫଳକରେ ଦର୍ଶାଯାଇଛି । ତେବେ ଗଛକୁ ପିଣ୍ଡି, କାନ୍ଥରେ ଚିତ୍ରକଳା ଥିଲେ ହେଁ ଏଠାରେ କୌଣସି ବସ୍ତି ନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି । ଲୋକ କହିଛନ୍ତି ବସ୍ତି ଚୋରୀ ହୋଇଯାଇଛି ନଚେତ ବସ୍ତି ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଭାଗୀୟ ଅଧିକାରୀ । ସଂପୃକ୍ତ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ କା ର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି ।

ଜାଗା ମିଶନ ଭଳି ଯୋଜନାକୁ କେବଳ ସୂଚନା ଫଳକରେ ସୀମିତ ନରଖି ସଫଳ ରୁପାୟନ ଏବଂ ରାଜସ୍ୱର ସଦୁପୋଯୋଗ ପ୍ରତି ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।