କନକ ବ୍ୟୁରୋ : ଧସିଲା ଭଦ୍ରକ ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀର ପାଚେରୀ । ନିର୍ମାଣ ଧୀନ ଅବସ୍ଥାରେ ଧସିଛି ପାଚେରୀ । ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତି ପାଇଁ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଶିବଗଙ୍ଗା ପୁଷ୍କରିଣୀର ଉତର ପାଶ୍ୱର୍ର ପାଚେରୀ ୨ଶହ ଫୁଟ ଧସିଯାଇଛି ।
ପୋଖରୀ ମଧ୍ୟରୁ ପଙ୍କ ଉଦ୍ଧାର ହେଉଥିବା ବେଳେ ପାଚେରୀ ଧସିଯାଇଛି ଫଳରେ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏହି ପାଚେରୀ ପୁରୁଣା ହୋଇଥିବାରୁ ମରାମତି କରାଯାଇଥାନ୍ତା ବୋଲି କାର୍ଯ୍ୟଭାର ନେଇଥିବା ଗୃହ ଓ ରାସ୍ତା ବିଭାଗର ଯନ୍ତ୍ରୀ କହିଛନ୍ତି । ଅନ୍ୟପଟେ ପୁଷ୍କରିଣୀର ଅଧିକ ପଙ୍କ ଓ ମାଟି ଭର୍ତ୍ତି ହୋଇଥିବାରୁ ଏହାକୁ କାମ ଠିକ ଭାବରେ କରାଯାଇନଥିବାରୁ ଏପରି ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/vlcsnap-2024-02-06-11h53m26s910.jpg)