କନକ ବ୍ୟୁରୋ : ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ୭ନମ୍ବର ବଗି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଅନ୍ୟ ବଗି ଗୁଡ଼ିକୁ ନିଆଁ ବ୍ୟାପୁଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ଭୟରେ ଓହ୍ଲାଇ ପଡ଼ିଥିଲେ । ତେଲେଙ୍ଗାନାର ବୋମାଇପାଲି-ପାଗିଡ଼ିପାଲି ମଧ୍ୟରେ ହୋଇଛି ଅଗ୍ନିକାଣ୍ଡ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଛି । ସୁରକ୍ଷିତ ଥିବା ବଗିର ଯାତ୍ରୀଙ୍କୁୁ ନେଇ ଗଡ଼ିଛି ଆଉ ଏକ ଇଞ୍ଜିନ । ଯାତ୍ରୀଙ୍କୁ ନେଇ ସିକନ୍ଦରବାଦ ଅଭିମୁଖେ ଯାତ୍ରା କରିଛି ଆଉ ଏକ ଇଞ୍ଜିନ ।

Advertisment