ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ ଉପରେ ଲାଗିବ ପ୍ରତିବନ୍ଧକ ! ପ୍ରସାରଣ ମନ୍ତ୍ରାଳୟ ତରଫରୁ ଆରମ୍ଭ ହେଲା ନୂଆ ଯୋଜନା ।

39

ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ତେବେ ଏଥିରେ ପୂର୍ବରୁ ପ୍ରତିବନ୍ଧକ ଲଗାଇଥିଲେ ପିଏମଓ । ଫେକ ନ୍ୟୁଜକୁ ବ୍ୟାପିବାରୁ ରୋକିବା ପାଇଁ ପିଏମଓଙ୍କ କଠିନ ଚେଷ୍ଟା ସତ୍ୱେ ବି ଏହାକୁ ରୋକାଯାଇ ପାରିନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରସାରଣ ମନ୍ତ୍ରଣାଳୟ ଅନ୍ୟ ଏକ ଉପାୟ ବାହାର କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦେଶରେ ଏକ ସୋସିଆଲ ମିଡିଆ କମ୍ୟୁନିକେଶନ ହବ୍ ଏବଂ ସୋସିଆଲ ମିଡିଆ ପାଇଁ ୭୧୬ ଜିଲ୍ଲାରେ କାର୍ଯ୍ୟକାରୀ ଅଧିକାରୀ ନିଯୁକ୍ତି କରିବା ପାଇଁ ଏକ ବ୍ୟବସ୍ଥାର ଆୟୋଜନ କରୁଛନ୍ତି ।

ସୂଚନା ଅନୁଯାୟୀ, ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ୭୧୬ଟି ଜିଲ୍ଲାରେ ଏକଜିକ୍ୟୁଟିଭ ମାନେ ସୋସିଆଲ ମିଡିଆ ଉପରେ ନଜର ରଖିବା ସହ ବିଭିନ୍ନ ଖବର କାଗଜ , କେବୁଲ ଚ୍ୟାନେଲ , ସ୍ଥାନୀୟ ସଂସ୍କରଣ ଏବଂ ଲୋକାଲ ଏଫଏମ ଚ୍ୟାନେଲ ଗୁଡିକ ଉପରେ ନଜର ରଖିବେ । ଯଦି ଏହି ଯୋଜନା ସଫଳ ହୁଏ ତେବେ ଖୁବ ସହଜରେ ଦେଶ ବିଦେଶର ବିଭିନ୍ନ ଭାଷା ଗୁଡିକୁ ପଢି ବୁଝି ହୋଇପାରିବ । ଏହି କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ବ୍ରଡକାଷ୍ଟ ଇଞ୍ଜିନିୟରିଂ ଶାଖା ବିଇସିଆଇଏଲ ଦ୍ୱାରା ଲାଗୁ କରାଯିବ । ଏହି ଯୋଜନା ଅନୁସାରେ ସୋସିଆଲ ମିଡିଆରେ ଚାଲୁଥିବା ସଂମ୍ବାଦରେ ସକାରାତ୍ମକ , ନକାରାତ୍ମକ ଏବଂ ନିସ୍ପକ୍ଷ ଜିନିଷରେ ପାର୍ଥକ୍ୟକୁ ନଜର କରାଯିବା ସହ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ତିଆରି କରାଯାଇଥିବା ମନିଟରିଂ ଟିମ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ ବ୍ୟାପିବାରେ ରୋକିପାରିବେ । ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।