ସୁଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି ହୋଇଯାଇଛି । ସମାଜରେ ବଢ଼ୁଥିବା ମିଥ୍ୟା ସମ୍ବାଦକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏହି ନିୟମକୁ ଲାଗୁ କରାଯାଇଛି । ଏହି ନିୟମରେ ସାମ୍ବାଦିକଙ୍କ ମାନ୍ୟତା ରଦ୍ଦ ପାଇବା ଭଳି ଗାଇଡଲାଇନ ମଧ୍ୟ ରହିଛି । ଏହାକୁ ନେଇ ଗଣମାଧ୍ୟମରେ ଏବେ ବିରୋଧର ସ୍ୱର ତେଜିବାକୁ ଲାଗିଲାଣି ।
କ’ଣ ରହିଛି ସରକାରଙ୍କ ଗାଇଡଲାଇନ
ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ ଦର୍ଶାଯାଇଛି ଯେ କେଉଁ ଭଳି ଭାବେ ଫେକନ୍ୟୁଜ ପ୍ରସାରଣ କରୁଥିବା ବ୍ୟକ୍ତିଙ୍କ ପକ୍ଷେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ବୟାନ ମୁତାବକ ଯଦି କେଉଁ ଗଣମାଧ୍ୟମରୁ ଫେକନ୍ୟୁଜ ପ୍ରସାରଣ ଉପରେ ପ୍ରମାଣ ମିଳେ ତାହେଲେ ପ୍ରିଣ୍ଟ ମିଡିଆ ହୋଇଥିଲେ ପ୍ରେସ କାଉନସିଲ ଅଫ ଇଣ୍ଡିଆ(ପିସିଆଇ) ଏବଂ ଇଲେକ୍ରୋ୍ଟନିକ ମିଡିଆ ହୋଇଥିଲେ ନ୍ୟୁଜ ବ୍ରୋଡକାଷ୍ଟରର୍ସ ଆସୋସିଏସନ(ଏନବିଏ)କୁ ତଦାରଖ ପାଇଁ ପଠାଯିବ । ଏହି ସଂସ୍ଥା ନ୍ୟୁଜ ସତ କି ମିଛ ତାହାକୁ ନେଇ ଜାଞ୍ଚ ଆରମ୍ଭ କରିବ । ଏଭଳି ପ୍ରମାଣ ମିଳିବା ପରେ ସାମ୍ବାଦିକଙ୍କୁ ଯେଭଳି କୌଣସି ଅସୁବିଧା ନହେବ ଏଥିପାଇଁ ଦୁଇ ଗଣମାଧ୍ୟମକୁ ସତ୍ୟତାର ରହସ୍ୟ ଖୋଜିବା ପାଇଁ ୧୫ ଦିନ ସମୟ ମଧ୍ୟ ଦିଆଯିବ । ଏହା ଉପରେ ଖୋଦ ସୁଚନା ଏବଂ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାଣୀ ଟ୍ୱିଟରରେ ପ୍ରତିକ୍ରିୟା ଜଣାଇ ଲେଖିଛନ୍ତି, “ଫେକନ୍ୟୁଜ ପ୍ରସାରଣ ମାମଲାକୁ ନେଇ ପିସିଆଇ ଏବଂ ଏନବିଏ ତରଫରୁ ସତର ରହସ୍ୟ ଉନ୍ମୋଚନ କରାଯିବ । ଦୁଇ ଏଜେନ୍ସିକୁ ଭାରତ ସରକାରଙ୍କ ଦ୍ୱାରା ରେଗୁଲେଟ ଏବଂ ଅପରେଟ ମଧ୍ୟ କରାଯାଇ ପାରୁନାହିଁ ” ।
ସରକାରଙ୍କ ବିରୋଧରେ ସାମ୍ବାଦିକ
ସରକାରଙ୍କ ଏଭଳି ପଦକ୍ଷେପରେ ସାମ୍ବାଦିକଙ୍କ ବିରୋଧ ଆରମ୍ଭ ହୋଇଯାଇଛି । ସରକାରଙ୍କ ଏଭଳି ଗାଇଡଲାଇନ ଉପରେ ବୈଠକ ଏବଂ ବିଚାର କରିବା ଭଳି କିଛି ସାମ୍ବାଦିକ କହିଛନ୍ତି , ଯେ ଏହି ପଦକ୍ଷେପ ଗଣମାଧ୍ୟମର ତଣ୍ଟି ଚିପିବା ସଦୃଶ ସରକାରଙ୍କ ଅଲୋକତାନ୍ତ୍ରିକ ନିଷ୍ପତ୍ତି । ସ୍ମୃତି ଇରାଣୀ ଟ୍ୱିଟରରେ ଏହା ମଧ୍ୟ କହିଛନ୍ତି ଯେ ସରକାର ଫେକନ୍ୟୁଜ ଜାଞ୍ଚକୁ ରେଗୁଲେଟ କିମ୍ବା ଅପରେଟ କରିବେ ନାହିଁ କିନ୍ତୁ ପିସିଆଇ ଏବଂ ଏନବିଏ ଭଳି ସଂସ୍ଥା ପାଳନ କରୁଥିବା ନୈତିକ ନିୟମକୁ ସାମ୍ବାଦିକ ପାଳନ କରିବାକୁ ବାଧ୍ୟ ହେବେ । ଏହାର ଉତ୍ତର ଦେବାକୁ ଯାଇ ବରିଷ୍ଠ ସାମ୍ବାଦିକଗଣ ସରକାରଙ୍କୁ ଏଭଳି ପଦକ୍ଷେପ ନନେବାକୁ କହିଥିଲେ ।
ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ୟୁପିଏ ଚେୟାରମ୍ୟାନ ସୋନିଆ ଗାନ୍ଧୀଙ୍କ ରାଜନୀତିକ ସହାୟକ ତଥା କଂଗ୍ରେସ ନେତା ଅହମ୍ମଦ ପଟ୍ଟେଲ ଏଭଳି ପଦକ୍ଷେପକୁ ନେଇ ଟ୍ୱିଟରରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ସରକାରଙ୍କ ତରଫରୁ ନିଆଯାଇଥିବା ଏଭଳି ପଦକ୍ଷେପର ପ୍ରଶଂସା କଲେ ମଧ୍ୟ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କିମାରୁଥିବା କଥା କହିଛନ୍ତି ।
ଅହମ୍ମଦ ପଟ୍ଟେଲଙ୍କ ପ୍ରଶ୍ନ
I appreciate the attempt to control fake news but few questions for my understanding:
1.What is guarantee that these rules will not be misused to harass honest reporters?
2.Who is going to decide what constitutes fake news ?
1/2— Ahmed Patel (@ahmedpatel) April 2, 2018
୧. କ’ଣ ଗ୍ୟାରେଣ୍ଟି ଅଛି ଯେ ଏଭଳି ନିୟମ ସଚ୍ଚୋଟ ସାମ୍ବାଦିକଙ୍କୁ ପ୍ରତାଡିତ କରିବାର ମାଧ୍ୟମ ନହେବ?
୨. ଫେକନ୍ୟୁଜର ଚିହ୍ନଟ କିଏ କରିବ?
୩. କ’ଣ ଏହା ସମ୍ଭବ ନୁହେଁ କି ଟାର୍ଗେଟ ରଖି କାହା ଉପରେ ଦୋଷ ଦିଆଯାଇପାରିବ ଏବଂ ଜାଞ୍ଚ ଜାରି ହେବା ପର୍ଯ୍ୟନ୍ତ ନିର୍ଦ୍ଧୋଶ ସାମ୍ବାଦିକଙ୍କ ମାନ୍ୟତା ମଧ୍ୟ ହ୍ରାସ ପାଇବ?
୪. କ’ଣ ଗ୍ୟାରେଣ୍ଟି ଅଛି ଯେ ଏଭଳି ଗାଇଡଲାଇନରେ ଫେକନ୍ୟୁଜର ପ୍ରସାରକୁ ରୋକାଯାଇପାରିବ, ଏହା ସଚ୍ଚୋଟ ସାମ୍ବାଦିକଙ୍କ ସତ୍ତାକୁ ଅଙ୍ଗୁଳି ପ୍ରଦର୍ଶନ କରୁନି କି?
ବରିଷ୍ଠ ସାମ୍ବାଦିକଙ୍କ ମତରେ ଗଣମାଧ୍ୟମର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା କୁଜି ସାମ୍ବାଦିକ ଏଭଳି ମିଥ୍ୟା ସମ୍ବାଦକୁ ପ୍ରସାର କରିଥାନ୍ତି । କିନ୍ତୁ ଏଭଳି ପଦକ୍ଷେପ କୁଜି ସାମ୍ବାଦିକଙ୍କ ବଦଳରେ ଗଣମାଧ୍ୟମର ମୁଖ୍ୟ ସ୍ରୋତରେ ରହିଥିବା ବରିଷ୍ଠ ସାମ୍ବାଦିକଙ୍କ ଉପରକୁ ଅଙ୍ଗୁଳି ଉଠାଇବ । ଯେଉଁ ସାମ୍ବାଦିକମାନେ ପିଆଇବି ଭଳି ସରକାରୀ ସଂସ୍ଥାରୁ ମାନ୍ୟତା ପ୍ରାପ୍ତ କରିଛନ୍ତି ।