ପ୍ରଧାନମନ୍ତ୍ରୀ ନାଚୁଥିବାର ଫେକ ଭିଡିଓ ଭାଇରାଲ । ମୋଦୀ କହିଲେ , ନିଜକୁ ନାଚୁଥିବାର ଦେଖି ମୁଁ ବି ଖୁସି ।

ପ୍ରଧାନମନ୍ତ୍ରୀ ନାଚୁଥିବାର ଫେକ ଭିଡିଓ ଭାଇରାଲ । ମୋଦୀ କହିଲେ , ନିଜକୁ ନାଚୁଥିବାର ଦେଖି ମୁଁ ବି ଖୁସି ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକ ଫେକ୍ ଭିଡିଓ । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନାଚୁଥିବାର ଦୃଶ୍ୟ ରହିଛି । କ୍ରିଷ୍ଣା ନାମକ ଜଣେ ୟୁଜର ଭିଡିଓକୁ ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି ମୁଁ ଏହି ଭିଡିଓକୁ ପୋଷ୍ଟ କରୁଛି କାରଣ ମୁଁ ଜାଣିଛି ଏଥିପାଇଁ ‘ଦ ଡିକ୍ଟେଟର’ ମତେ ଗିରଫ କରିବେ ନାହିଁ । ଏହାପରେ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଭିଡିଓକୁ ସେ ପ୍ରଶଂସା ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଲୋକଙ୍କ ଭଳି ନିଜକୁ ନାଚୁଥିବାର ଦେଖି ମୁଁ ମଧ୍ୟ ଖୁସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe