ପୋଲିସକୁ ମଜା ଚଖାଇବା ପାଇଁ କିଶୋର ନେଲା ଟ୍ୱିଟରର ସାହାରା ! ଦଶମ ଶ୍ରେଣୀର ଛାତ୍ର ଖୋଲିଲା ଡିଜିପିଙ୍କ ନକଲି ଟ୍ୱିଟର ଆକାଉଣ୍ଟ ।

35

ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗୋରଖପୁରଠାରେ । ଜଣେ ଦଶମ ଶ୍ରେଣୀର ଛାତ୍ର ଉତ୍ତରପ୍ରଦେଶର ଡିଜିପି ଓମ୍ ପ୍ରକାଶ ସିଂହଙ୍କ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ସମସ୍ତଙ୍କୁ ଭୁଆ ବୁଲାଇ ଆସୁଥିଲା । କିନ୍ତୁ ଓପି ସିଂହ ଯେତେବେଳେ ଏହି ଫେକ୍ ଆକାଉଣ୍ଟ ବିଷୟରେ ସୋସଆଲ୍ ମିଡିଆରେ ମୁହଁ ଖୋଲିଥିଲେ ସେତେବେଳେ ଅସଲ କଥା ବାହାରକୁ ଆସିଥିଲା । ଘଟଣାଟି କିଛି ଏମିତି ଉକ୍ତ ବାଳକର ବଡଭାଇକୁ ଚାକିରୀ କରିଦେବା ଲକ୍ଷ୍ୟରେ ଜଣେ ଦଲାଲ୍ ୪୫,୦୦୦ଟଙ୍କା ନେଇଥିଲେ । ପରେ ବ୍ୟକ୍ତି ଜଣକ ନା ଚାକିରୀର ନାଁ ଧରିଥିଲେ ଟଙ୍କା ମଧ୍ୟ ଫେରସ୍ତ ଦେଇ ନଥିଲେ । ପୋଲିସରେ ରିପୋର୍ଟ ଲେଖାଇବା ପରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯାଉନଥିଲା । ତେଣୁ ଉକ୍ତ ବାଳକ ଜଣକ ଦଲାଲଠାରୁ ଟଙ୍କା ଫେରାଇ ଆଣିବା ପାଇଁ ଡିଜିପିଙ୍କ ଏକ ଫେକ୍ ଆକାଉଣ୍ଟ ଖୋଲି ଅଧିନସ୍ଥ ପୋଲିସ୍ କର୍ମଚାରୀଙ୍କୁ ଉକ୍ତ ଦଲାଲକୁ ଧରିବାକୁ ବାରମ୍ବାର କହୁଥିଲେ ।
ସାଇବର ସେଲର ଚତୁରତା ଏବଂ ଟ୍ରେସିଙ୍ଗ୍ ଯୋଗୁଁ ଉକ୍ତ ବାଳକ ଜଣକ ଧରାପଡିଲା । ଜଣେ ସାଙ୍ଗର ସହାୟତା ଏବଂ ଉପାୟରେ ବାଳକଟି ଏଭଳି କାମ କରିଥିବା ଜଣାପଡିଛି । ଡିଜିପି ଓମ୍ ପ୍ରକାଶ ସିଂହ ଦୁଇ ନାବାଳକଙ୍କ ଭବିଷ୍ୟତକୁ ଦେଖି ଚେତାବନୀ ଦେଇ ଛାଡିଦେଇଛନ୍ତି ଏବଂ ଉକ୍ତ ଦଲାଲକୁ ଖୋଜି ସମ୍ପୁର୍ଣ୍ଣ ଟଙ୍କା ଫେରସ୍ତ ଦେବାକୁ ପିଲାଟିକୁ କହିଛନ୍ତି ।