କଟକରେ ନକଲି ହଳଦୀ କାରଖାନା ଠାବ: ଭଦିମୂଳ ଅଂଚଳରୁ ବହୁ ପରିମାଣରେ ହଳଦୀ ଓ ବିଭିନ୍ନ ଲୋଗୋ ଥିବା ପ୍ୟାକେଟ ଜବତ

ଛାନଭିନ କରୁଛି ଚାଉଳିଆଗଂଜ ଥାନା ପୁଲିସ

222

କନକ ବ୍ୟୁରୋ: କଟକରେ ନକଲି ହଳଦୀ କାରଖାନା ଠାବ । ଭଦିମୂଳ ଅଂଚଳରୁ ଏହି କାରଖାନା ଠାବ ହୋଇଛି । କାରଖାନାରୁ ବହୁ ପରିମାଣରେ ନକଲି ହଳଦୀ ଓ ବିଭିନ୍ନ ଲୋଗୋ ଥିବା ପ୍ୟାକେଟ ଜବତ ହୋଇଛି । ଏନେଇ ଛାନଭିନ କରୁଛି ଚାଉଳିଆଗଂଜ ଥାନା ପୁଲିସ । ଗତକାଲି ଜଗତପୁରରୁ ନକଲି ଘିଅ କାରଖାନା ଠାବ ହୋଇଥିଲା । ବାରମ୍ବାର କଟକରୁ ଏଭଳି ଖାଦ୍ୟ ସାମଗ୍ରୀର ନକଲି କାରଖାନାର ଠାବ ହେବା ପରେ ପୁଲିସର ଚିନ୍ତା ବଢିଯାଇଛି ।