ବ୍ୟାଙ୍କ ଖାତା ଜରିଆରେ ହେଉଛି ନକଲି କାରବାର । ଦେଶରେ ସର୍ବାଧିକ ମ୍ୟୁଲ କାରବାରରେ ଆଗରେ ଭୁବନେଶ୍ୱର: ବାୟୋକ୍ୟାଚ ରିପୋର୍ଟ

330

କନକ ବ୍ୟୁରୋ: ବ୍ୟାଙ୍କ ଜରିଆରେ ହେଉଛି ନକଲି କାରବାର । ଏହା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ଅନୁଭବ କରୁଥିବେ । କାରଣ ଏବେ ତ ଓଟିପି ଜରିଆରେ କାରବାର ହେଉଛି । ତେଣୁ କେମିତି ସମ୍ଭବ ଏହି ନକଲି କାରବାର । କିନ୍ତୁ ହଁ ଏହି ଠକେଇ ହେଉଛି ତାହା ପୁଣି ବ୍ୟାଙ୍କ ଶାଖାରେ । ଆରବିଆଇ ଦ୍ୱାରା ଅନୁମତି ପ୍ରାପ୍ତ ବାୟୋକ୍ୟାଚ ନାମକ ଏକ ସଂସ୍ଥା ରହିଛି । ଯିଏକି ଏହିପରି ଫ୍ରଡକୁ ଚିହ୍ନଟ କରିଥାଏ ।

ରିପୋର୍ଟରେ କୁହାଯାଇଛି ସାରା ଦେଶରେ ଏପରି ଠକେଇ ହେଉଛି । ଏବଂ ଭୁବନେଶ୍ୱରରେ ଏପରି ଠକେଇ ସର୍ବାଧିକ ରହିଛି । ବ୍ୟାଙ୍କରେ ଅସଲି ଖାତା ଖୋଲା ହେଉଛି । କିନ୍ତୁ ଏହି ଖାତା ଜରିଆରେ ଯେଉଁ କାରବାର ହେଉଛି ତାହା ନକଲି । ଅର୍ଥାତ ଉଦ୍ଦେଶ୍ୟ ଭଲ ନୁହେଁ । ଏହାକୁ ମ୍ୟୁଲ ବ୍ୟାଙ୍କ ଖାତା ବୋଲି କୁହାଯାଉଛି । ବ୍ୟାଙ୍କରେ ଖାତା ଅସଲି ରହିଥିବାରୁ ଏହାକୁ ଚିହ୍ନଟ କରିବା ମଧ୍ୟ ସହଜ ହେଉ ନାହିଁ । ଏହି ଅସଲି ଖାତାକୁ ଅନ୍ୟ ଜଣେ ବା ତୃତୀୟ ପକ୍ଷ ବ୍ୟବହାର କରୁଛି ନିଜ ଉଦ୍ଦେଶ୍ୟ ପୂରଣ କରିବା ପାଇଁ । ଏବାବଦରେ ହୁଏତ ଅସଲି ବ୍ୟାଙ୍କ ଆକାଉଂଟଧାରୀ ଜାଣିଥାଇ ପାରନ୍ତି । ନଚେତ ଏହି କାରବାର ପାଇଁ ସେ କମିଶନ ପାଇପାରନ୍ତି ।

ବାୟୋକ୍ୟାଚର ନିର୍ଦ୍ଦେଶକ କହିଛନ୍ତି, ଏଯାବତ ଯେଉଁ ମ୍ୟୁଲ ଖାତା ଚିହ୍ନଟ ହୋଇଛି ତାହା ବହୁତ ଅଳ୍ପ । ଏହି ସଂଖ୍ୟା ବହୁତ ଅଧିକ ରହିଛି । ପ୍ରତି ୧୦ ମ୍ୟୁଲ ଖାତାରୁ ୯ ଜଣଙ୍କୁ ଚିହ୍ନଟ କରିବା ସହଜ ନୁହେଁ ।

– ଅସଲି ବ୍ୟାଙ୍କ ଖାତା ଖୋଲି ଆଉ ଜଣେ ବ୍ୟବହାର କରନ୍ତି
– ଏହାକୁ ମ୍ୟୁଲ ଆକାଉଣ୍ଟ ବୋଲି କୁହାଯାଏ
– ଟଙ୍କା କମିସନ ଆକାରରେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ମିଳୁଥାଇପାରେ
– ଠକେଇ କିମ୍ବା ବେଆଇନ ଅର୍ଥ ରୋଜଗାର ପାଇଁ ମ୍ୟୁଲ ଆକାଉଣ୍ଟ ଏକ ମାଧ୍ୟମ
– ମ୍ୟୁଲ୍ ଆକାଉଣ୍ଟର ବ୍ୟବହାର ସାରା ବିଶ୍ୱରେ ରହିଛି
– ଦେଶରେ ସର୍ବାଧିକ ମ୍ୟୁଲ୍ ଖାତା ୧୪.୮% ରହିଛି ଭୁବନେଶ୍ୱରରେ
– କଟକରେ ୧.୬%, ଲକ୍ଷେ୍ନ÷øରେ ୩.୪ ପ୍ରତିଶତ, ନଭି ମୁମ୍ବାଇରେ ୩.୪ ପ୍ରତିଶତ, ଗୋବିନ୍ଦପୁରରେ ୨.୬ ପ୍ରତିଶତ, ମୁମ୍ବାଇରେ ୨.୨ ପ୍ରତିଶତ ଏବଂ ବେଙ୍ଗାଲୁରୁରେ ୧.୮ ପ୍ରତିଶତ
– ଭାରତ ବାହାରେ ଭିପିଏନ ଦ୍ୱାରା ମ୍ୟୁଲ ଆକାଉଣ୍ଟ ବ୍ୟବହାର ହୁଏ
– ଭାରତରେ ବହୁତ ଅଳ୍ପ ବ୍ୟବହାର ହୁଏ ଭିପିଏନ
– ଦେଶରେ ୫ ପ୍ରକାର ମ୍ୟୁଲ୍ ଗତିବିଧି ଚିହ୍ନଟ ହୋଇଛି
– ପୀଡ଼ିତ, ବିଭ୍ରାନ୍ତ, ଡିସିଭର, ପେର୍ଡ୍ଲ ଓ ଆକମ୍ପ୍ଲିସ୍
– ପୀଡ଼ିତ ବର୍ଗରେ ମ୍ୟୁଲ ଗତିବିଧି ଲାଗି ବ୍ୟାଙ୍କ ଖାତା ବ୍ୟବହାର ହେଉଥିବା ବିଷୟରେ ଗ୍ରାହକ କିଛି ଜାଣିନଥାନ୍ତି
– ହ୍ୟାକ୍ କରି ତାଙ୍କ ଖାତାକୁ ଅପରାଧୀମାନେ ନିୟନ୍ତ୍ରଣକୁ ନେଇଥାନ୍ତି
– ବିଭ୍ରାନ୍ତ ବର୍ଗ ଗ୍ରାହକମାନେ ଟଙ୍କା ନେଣଦେଣ କାରବାର ବିଷୟରେ ଜାଣିଥାନ୍ତି
– କିନ୍ତୁ ବେଆଇନ ଢଙ୍ଗରେ ସେହି ଟଙ୍କା ଆସିଥିବା ଜାଣିନଥାନ୍ତି
– ଡିସିଭର ବର୍ଗରେ ଅନ୍ୟର ପରିଚୟ ଚୋରି କରି ଖାତା ଖୋଲାଯିବା ସହ ଚୋରି କରାଯାଇଥିବା ଟଙ୍କାକୁ ତାହା ଜରିଆରେ ପରିଚାଳନା କରାଯାଏ
– ଆକମ୍ପ୍ଲିସ୍ ବର୍ଗରେ ଥିବା ଗ୍ରାହକମାନେ ଠକମାନଙ୍କ କଥାରେ ନୂଆ ଖାତା ଖୋଲନ୍ତି
– କିମ୍ବା ନିଜ ପୁରୁଣା ଖାତାକୁ ବେଆଇନ ଟଙ୍କା କାରବାର ଲାଗି ବ୍ୟବହାର କରିଥାନ୍ତି