ବଜାରରେ ବିକ୍ରି ହେଉଛି ନକଲି ଟମାଟୋ ,ଚିଲ୍ଲି ଓ ସୋୟା ସସ୍ ; ସସରେ ମିଶୁଛି ୟୁରିଆ ସାର, ଭୁବନେଶ୍ୱରରେ ଠାବ ହେଲା ନକଲି ସସ୍ ଫ୍ୟାକ୍ଟ୍ରି

ବଜାରରେ ବିକ୍ରି ହେଉଛି ନକଲି ଟମାଟୋ ,ଚିଲ୍ଲି ଓ ସୋୟା ସସ୍ ; ସସରେ ମିଶୁଛି ୟୁରିଆ ସାର, ଭୁବନେଶ୍ୱରରେ ଠାବ ହେଲା ନକଲି ସସ୍ ଫ୍ୟାକ୍ଟ୍ରି

କନକ ବ୍ୟୁରୋ: ଟମାଟୋ ସସ୍ ଖାଉଛନ୍ତି କି? ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏଥିରେ ମିଶୁଛି ୟୁରିଆ ସାର। କେବଳ ଏତିକି ନୁହେଁ ରଙ୍ଗ ଆଣିବା ପାଇଁ ଆର୍ଟିଫିସିଆଲ କଲର ବି ଦିଆଯାଉଛି। ଟମାଟୋ ସସ୍ ସହ ଚିଲ୍ଲି ଓ ସୋୟା ସସ୍ ରେ ବି ରଙ୍ଗ ମିଶାଯାଉଛି। ଟମାଟୋ ସସ୍ ପାଇଁ ନାଲି ରଙ୍ଗ, ଚିଲି ସସ୍ ପାଇଁ ହାଲ୍କା ସବୁଜ ଓ ସୋୟା ସସରେ ଫିକା କଳା ରଙ୍ଗ ମିଶାଇ ବୋତଲରେ ପୂରାଇ ବିକ୍ରି କରାଯାଉଛି। ରାଜଧାନୀ ଭୁବନେଶ୍ୱରରୁ ଠାବ ହୋଇଥିବା ଏକ ସସ୍ ଫ୍ୟାକ୍ଟ୍ରିି ବିରୋଧରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ।

ଭୁବନେଶ୍ୱରରେ ଏକାଧିକ ଫାଷ୍ଟଫୁଡ୍ ଦୋକାନରେ ନକଲି ସସ୍ ବ୍ୟବହାର ହେଉଥିଲା। ଏ ନେଇ ଅଭିଯୋଗ ଆସିବା ପରେ ତତ୍ପର ହୋଇଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ। କମିଶନରେଟ୍ ପୁଲିସ୍ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ଭୀମଟାଙ୍ଗି ଅଞ୍ଚଳରେ ଚାଲିଥିବା ଏକ ସସ୍ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବଡ଼ ବଡ଼ ଟପ୍ରେ ଭର୍ତ୍ତି ସସ୍ ଦେଖିବାକୁ ମିଳିଥିଲା। ନା ମିଶିଛି ଟାମାଟୋ ନା ମିଶିଛି ଲଙ୍କା ବା ସୋୟା। ସସ୍ ଭଳି ଦେଖାଯାଉଥିବା ଖାଲି ରାସାୟନିକ ରଙ୍ଗ।

ସସ୍ ନା ବିଷ?

ଟମାଟୋ ସସରେ ମିଶୁଛି ୟୁରିଆ ସାର

ଚାଉଳ ଗୁଣ୍ଡ ଓ ଆର୍ଟିଫିସିଆଲ କଲର ବି ମିଶୁଛି

ଟମାଟୋ ସସ୍ ପାଇଁ ନାଲି ରଙ୍ଗ ମିଲୁଛି

ଚିଲ୍ଲି ସସ୍ ପାଇଁ ହାଲୁକା ସବୁଜ ରଙ୍ଗ ମିଶୁଛି

ସୋୟା ସସରେ ମିଶୁଛି ଫିକା କଳା ରଙ୍ଗ

ରାସ୍ତା କଡ ଫାଷ୍ଟଫୁଡ ଦୋକାନରେ ବିକ୍ରି ହେଉଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe