କନକ ବ୍ୟୁରୋ: ନବରଙ୍ଗପୁରରେ ଧରାପଡିଲା ନକଲି ଖଇନି କାରଖାନା । ଏହି ନକଲି କାରଖାନାକୁ ଧରାଇଲେ ଅସଲି କାରଖାନାର କମ୍ପାନୀ ମାଲିକ । ବ୍ୟବସାୟରେ ବାରମ୍ୱାର କ୍ଷତି ସହିବା ପରେ ଚିନ୍ତାରେ ପଡିଥିଲେ ବନଦୁର୍ଗା ନାମକ ଖଇନୀ କମ୍ପାନୀ ମାଲିକ । ଆଉ ଆରମ୍ଭ କରିଥିଲେ ଏହାର କାରଣ ଖୋଜିବା । ବ୍ୟକ୍ତିଗତ ସ୍ତରରେ ତଦନ୍ତରେ ସେ ଯାହା ପାଇଲେ ନିଜକୁ ବି ବିଶ୍ୱାସ କରିପାରିନଥିଲେ ।
ନବରଙ୍ଗପୁରର ସହରର ଇଛାବତୀଗୁଡା ସାହିରେ ଚାଲୁଥିଲା ନକଲି ଖଇନି କାରଖାନା । ଏନେଇ ସେ ପୋଲିସରେ ଏତଲା କରିବା ପରେ ନବରଙ୍ଗପୁର ପୋଲିସ ନକଲି ଖଇନି କାରଖାନା ଉପରେ ଚଢଉ କରିଥିଲା । ଚଢଉରେ କାରଖାନାରୁ ବିପୁଳ ପରିମାଣର ନକଲି ଖଇନି ଜବତ ସହିତ ଖଇନି ତିଆରୀ ସାମଗ୍ରୀ ଓ ମେସିନକୁ ଜବତ୍ କରିଛି ପୋଲିସ । ନକଲି ଖଇନି କାରଖାନା ମାଲିକ ଫେରାର ଅଛନ୍ତି । ଏଠାରେ କାମ କରୁଥିବା ଜଣେ ଶ୍ରମିକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/vlcsnap-2019-08-31-09h26m14s010.png)
/kanak/media/post_attachments/wp-content/uploads/2019/08/vlcsnap-2019-08-31-09h25m27s214-300x165.png)