କଟକରେ ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ଜମି ହଡପ ଅଭିଯୋଗ । ରାତିରେ ଧାରଣା ଦେଲେ ବିଜେପି ଓ କଂଗ୍ରେସ କର୍ପୋରେଟର
କନକ ବ୍ୟୁରୋ : ରାତିରେ ଧାରଣା ଦେଲେ କର୍ପୋରେଟର । ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ଜମି ହଡପ, ଶୌଚାଳୟ ବାବଦ ଖର୍ଚ୍ଚ ଓ ପିଣ୍ଡି ବଣ୍ଟନରେ ଅନିୟମିତତା ନେଇ କଟକ ମହାନଗର ନିଗମର କଂଗ୍ରେସ-ବିଜେପି କର୍ପୋରେଟର ଏହି ଧାରଣା ଦେଇଛନ୍ତି । ଏ ନେଇ କାଉନସିଲ ବୈଠକରେ କଂଗ୍ରେସ-ବିଜେପି କର୍ପୋରେଟର ମହାନଗର ନିଗମ କମିଶନରଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ କମିଶନର କୌଣସି ଉତର ନ ରଖି ଚାଲିଯାଇଥିବାରୁ ଅସନ୍ତୋଷ ପ୍ରକାଶ ଏହି ଧାରଣା ଦେଇଛନ୍ତି ବିରୋଧୀ କର୍ପୋରେଟର ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି କଟକ ଛତ୍ରବଜାର ଅର୍ବାନ ହାଟରେ ସିଟ୍ ଆଲଟମେଣ୍ଟ ନେଇ ସିଏମସି କାଉନସିଲ ବୈଠକରେ ପାଟିତୁଣ୍ଡ କରିଥିଲେ ବିରୋଧୀ କର୍ପୋରେଟର । ଅର୍ବାନ ହାଟରେ ବ୍ୟବସାୟୀ ବସିବା ନେଇ ହୋଇଥିବା କମିଟି ନିଷ୍ପତିକୁ ବିରୋଧ କରି ପାଟିତୁଣ୍ଡ ହୋଇଥିଲା । ସିଏମସି ମେୟର ଓ କମିଶନରଙ୍କୁ ସ୍ପଷ୍ଟୀକରଣ ମାଗି କଂଗ୍ରେସ କର୍ପୋରେଟର ଘେରିଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ମେୟର ଓ କମିଶନରଙ୍କୁ ଜବାବ ମାଗିଥିଲେ ବିରୋଧୀ । ଏହାପରେ ବୈଠକ ଅଧାରୁ ପଳାଇ ଯାଇଥିଲେ ମେୟର ଓ କମିଶନର ।