କନକ ବ୍ୟୁରୋ : ରାତିରେ ଧାରଣା ଦେଲେ କର୍ପୋରେଟର । ଜାଲ ହସ୍ତଖତ ଓ ଷ୍ଟାମ୍ପ ବ୍ୟବହାର କରି ଜମି ହଡପ, ଶୌଚାଳୟ ବାବଦ ଖର୍ଚ୍ଚ ଓ ପିଣ୍ଡି ବଣ୍ଟନରେ ଅନିୟମିତତା ନେଇ କଟକ ମହାନଗର ନିଗମର କଂଗ୍ରେସ-ବିଜେପି କର୍ପୋରେଟର ଏହି ଧାରଣା ଦେଇଛନ୍ତି । ଏ ନେଇ କାଉନସିଲ ବୈଠକରେ କଂଗ୍ରେସ-ବିଜେପି କର୍ପୋରେଟର ମହାନଗର ନିଗମ କମିଶନରଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ କମିଶନର କୌଣସି ଉତର ନ ରଖି ଚାଲିଯାଇଥିବାରୁ ଅସନ୍ତୋଷ ପ୍ରକାଶ ଏହି ଧାରଣା ଦେଇଛନ୍ତି ବିରୋଧୀ କର୍ପୋରେଟର ।
ଗତକାଲି କଟକ ଛତ୍ରବଜାର ଅର୍ବାନ ହାଟରେ ସିଟ୍ ଆଲଟମେଣ୍ଟ ନେଇ ସିଏମସି କାଉନସିଲ ବୈଠକରେ ପାଟିତୁଣ୍ଡ କରିଥିଲେ ବିରୋଧୀ କର୍ପୋରେଟର । ଅର୍ବାନ ହାଟରେ ବ୍ୟବସାୟୀ ବସିବା ନେଇ ହୋଇଥିବା କମିଟି ନିଷ୍ପତିକୁ ବିରୋଧ କରି ପାଟିତୁଣ୍ଡ ହୋଇଥିଲା । ସିଏମସି ମେୟର ଓ କମିଶନରଙ୍କୁ ସ୍ପଷ୍ଟୀକରଣ ମାଗି କଂଗ୍ରେସ କର୍ପୋରେଟର ଘେରିଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ମେୟର ଓ କମିଶନରଙ୍କୁ ଜବାବ ମାଗିଥିଲେ ବିରୋଧୀ । ଏହାପରେ ବୈଠକ ଅଧାରୁ ପଳାଇ ଯାଇଥିଲେ ମେୟର ଓ କମିଶନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Screen-Shot-2023-11-14-at-7.56.32-AM.jpg)