କନକ ବ୍ୟୁରୋ : ପଂଚାୟତ କାମରେ ମହାଦୁର୍ନୀତି । ସରପଂଚଙ୍କ ଜାଲ ଦସ୍ତଖତ କରି ବିଲ୍ କରି ନେଇଛନ୍ତି ଯନ୍ତ୍ରୀ ଓ ଜିଆରଏସ! ମନରେଗା ଓ ସୋପିଟ୍ କାମ ଆଳରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ ମାଣିବନ୍ଧ ପଂଚାୟତର ସରପଂଚ ସୁନନ୍ଦା ବରାଳ ।

Advertisment

ସରପଂଚଙ୍କ ବିନା ଅନୁମତିରେ ତାଙ୍କ ଫାଇଲ ଖୋଲି ଜାଲ ଦସ୍ତଖତ କରି ଟଙ୍କା ଲୁଟ୍ ବିରୋଧରେ ମୁହଁ ଖୋଲିବା ସହ ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ଼ ବିଡିଓ ଏବଂ ବେଗୁନିଆ ଥାନାରେ ନିଖିତ ଅଭିଯୋଗ କରିଛନ୍ତି ସରପଂଚ ସୁନନ୍ଦା । ଡିସେମ୍ବର ୬ ତାରିଖରୁ ପ୍ରଶାସନ ଓ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କିଛି ସରକାରୀ କର୍ମଚାରୀ ଦୁର୍ନୀତିକୁ ଘଂଟ ଘୋଡାଉଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ବୋଲଗଡ ବିଡିଓ କହିଛନ୍ତି ଶରତ ଚନ୍ଦ୍ର ମଲ୍ଲିକ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି, ଯଦି କୌଣସି ସରକାରୀ କର୍ମଚାରୀଙ୍କ ସଂପୃକ୍ତି ଥିବ ତେବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।