କନକ ବ୍ୟୁରୋ : ପୋଲିସ କବଜାରେ ନକଲି ବାବା । ନିଜକୁ ସାଧୁର ପରିଚୟ ଅସାଧୁ କାର୍ଯ୍ୟରେ ଲିପ୍ତ ଥିବା ଜ୍ଞାନନନ୍ଦ ସରସ୍ୱତୀ ଓରଫ ପିଙ୍କା ଭୁୟାଁଙ୍କୁ ଗିରଫ କରାଯାଇଛି । ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ନିକଟରେ କିଛି ଯୁବକ ଏହି ନକଲି ବାବାଙ୍କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଡିଜିଟାଲ ବାବା ନାଁରେ ପରିଚିତ ପିଙ୍କା ଭୁୟାଁ ସୋସିଆଲ ମିଡିଆରେ ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ କରୁଥିବା ଭଳି ଅଭିଯୋଗ କରିଛନ୍ତି କରଚୁଲି ଆଶ୍ରମର ସ୍ୱାମୀ ସତ୍ୟନନ୍ଦ ଗିରି । ଏପରିକି ଅନେକ ଝିଅ ଓ ମହିଳାଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସହ ଅନୈତିକି ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ ହୋଇଛି । ବାବା ପାଖରୁ କିଛି ମାରଣାସ୍ତ୍ର ଜବତ ହୋଇଥିବା ଜଣାପଡିଛି ।