ନକଲି ଗୁଇନ୍ଦା ଚିଠି ମାମଲା: ଥାନାରେ ହାଜର ପାଇଁ ପୁଣି ସମୟ ମାଗିଲେ ବିଜେପି ଉପସଭାପତି ସମୀର ମହାନ୍ତି

ନକଲି ଗୁଇନ୍ଦା ଚିଠି ମାମଲା: ଥାନାରେ ହାଜର ପାଇଁ ପୁଣି ସମୟ ମାଗିଲେ ବିଜେପି ଉପସଭାପତି  ସମୀର ମହାନ୍ତି

କନକ ବ୍ୟୁରୋ: ବିଜେପି ଜାରି କରିଥିବା ନକଲି ଗୁଇନ୍ଦ ଚିଠି ମାମଲାରେ ସମୟ ମାଗିଲେ ବିଜେପି ଉପସଭାପତି ସମୀର ମହାନ୍ତି । ନିର୍ବାଚନ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହାଜର ପାଇଁ ପୁଣି ସମୟ ମାଗିଛନ୍ତି ସମୀର ମହାନ୍ତି । ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ହାରି ଯିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହେଉଥିବା ଦର୍ଶାଇ ବିଜେପି ଏକ ଗୁଇନ୍ଦା ରିପୋର୍ଟ ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲା ।

publive-image

ଯାହାକୁ ଓଡିଶା ପୁଲିସ ନକଲି କହିବା ସହ ସାମ୍ବାଦିକ ସମ୍ମିଳନୀ ଡାକି ଥିବା ବିଜେପି ନେତା ଗୋଲକ ମହାପାତ୍ର, ସମୀର ମହାନ୍ତି ଓ ଟଙ୍କଧର ତ୍ରିପାଠୀଙ୍କୁ ହାଜର ପାଇଁ ନୋଟିସ କରିଥିଲା । ସେହି ନୋଟିସ ଆଧାରରେ ହାଜର ପାଇଁ ସମୟ ମାଗିଛନ୍ତି ବିଜେପି ଉପସଭାପତି । ସମୀର ମହାନ୍ତିଙ୍କୁ ଭୁବନେଶ୍ୱର ଖାରବେଳନଗର ଥାନା ପୁଲିସ ହାଜର ପାଇଁ ନୋଟିସ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe