କନକ ବ୍ୟୁରୋ: ବିଜେପି ଜାରି କରିଥିବା ନକଲି ଗୁଇନ୍ଦ ଚିଠି ମାମଲାରେ ସମୟ ମାଗିଲେ ବିଜେପି ଉପସଭାପତି ସମୀର ମହାନ୍ତି । ନିର୍ବାଚନ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହାଜର ପାଇଁ ପୁଣି ସମୟ ମାଗିଛନ୍ତି ସମୀର ମହାନ୍ତି । ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ହାରି ଯିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହେଉଥିବା ଦର୍ଶାଇ ବିଜେପି ଏକ ଗୁଇନ୍ଦା ରିପୋର୍ଟ ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲା ।
ଯାହାକୁ ଓଡିଶା ପୁଲିସ ନକଲି କହିବା ସହ ସାମ୍ବାଦିକ ସମ୍ମିଳନୀ ଡାକି ଥିବା ବିଜେପି ନେତା ଗୋଲକ ମହାପାତ୍ର, ସମୀର ମହାନ୍ତି ଓ ଟଙ୍କଧର ତ୍ରିପାଠୀଙ୍କୁ ହାଜର ପାଇଁ ନୋଟିସ କରିଥିଲା । ସେହି ନୋଟିସ ଆଧାରରେ ହାଜର ପାଇଁ ସମୟ ମାଗିଛନ୍ତି ବିଜେପି ଉପସଭାପତି । ସମୀର ମହାନ୍ତିଙ୍କୁ ଭୁବନେଶ୍ୱର ଖାରବେଳନଗର ଥାନା ପୁଲିସ ହାଜର ପାଇଁ ନୋଟିସ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Sameer-Mohanty-750x430.png)
/kanak/media/post_attachments/wp-content/uploads/2019/03/let-f-1-300x178.jpg)