କନକ ବ୍ୟୁରୋ : ରାସନକାର୍ଡ କେଳେଙ୍କାରୀକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ, ଦୁର୍ଗା ପ୍ରସାଦ ନାୟକ ଓ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ରାସନକାର୍ଡ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଉତ୍ତର ରଖିଛନ୍ତି। ଏବଂ ମନ୍ତ୍ରୀ ପୂର୍ବ ସରକାରକୁ କାଠଗଡାକୁ ଟାଣିବା ସହ ବିଜେଡି ନେତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

Advertisment

ପୂର୍ବ ସରକାର ଉପରେ ଆଂଗୁଳି ଉଠାଇବା ସହ ଦୁର୍ନୀତିଗ୍ରସ୍ତ ଅଫିସର, ଡିଲର ଓ ଯୋଗାଣ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଦୁର୍ନୀତି କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କ ଚେତାବନୀ ପରେ ଜବାବ ରଖିଛନ୍ତି ବିରୋଧୀ।

ପୂର୍ବରୁ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ, ମନ୍ତ୍ରୀ କହିଥିଲେ ରାଜ୍ୟରେ ୨୫ଲକ୍ଷ ଭୂତ ହିତାଧିକାରୀ ରହିଛନ୍ତି। ସେହି ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କ ରାସନକାର୍ଡ କାଟି ଦିଆଯିବ। ଅନ୍ୟପଟେ ରାସନ କାର୍ଡ ଅପେକ୍ଷାରେ ଥିବା ୬ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଯୋଗାଇ ଦିଆଯିବ।