କନକ ବ୍ୟୁରୋ : କିଛିଦିନ ତଳେ ଉତ୍ତରପ୍ରଦେଶର ମିରଟ୍ ରେ ଜଣେ ମହିଳା ଅଭିଯୋଗ କରିଥିଲେ କି ବସ୍ ଭିତରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି । ଏଭଳି ଅଭିଯୋଗ ପାଇବା ପରେ ମିରଟ ପୋଲିସ ଅନୁସନ୍ଧାନରରେ ଲାଗି ପଡିଥିଲା । ହେଲେ ଶେଷରେ ସେ ଜାଣିବାକୁ ପାଇଛି ଯେ ଏହା ଗଣଦୁଷ୍କର୍ମ ନୁହେଁ । ମହିଳା ଜଣକ ସହମତିରେ ସେମାନଙ୍କ ସହିତ ରଖିଥିଲେ ଶାରୀରିକ ସଂପର୍କ ।

Advertisment

ସୂଚନା ମୁତାବକ ଉତ୍ତର ପ୍ରଦେଶର ମେରୁଟ୍ ଜିଲ୍ଲାରେ ଶନିବାର ଦିନ ଜଣେ ମହିଳାଙ୍କ ସହ ଚଳନ୍ତା ବସ୍ରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ ମହିଳା ଜଣକ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ପୋଲିସକୁ ଯେଉଁ ତଥ୍ୟ ମିଳିଲା ତାହା ଆପଣ ମାନଙ୍କୁ ଚକିତ କରିଦେବ । ପୋଲିସର ସୂଚନା ମୁତାବକ ପୂର୍ବରୁ ମହିଳା ଜଣଙ୍କ ପୂର୍ବରୁ ସେନାରୁ ବହିସ୍କୃତ ଯବାନଙ୍କ ସହ ଅନୈତୀକ ଶାରୀରିକ ସଂପର୍କ ରଖଥିଲେ ।

ମେରଟ ଡିଭାଲୋକ କଲୋନୀରେ ଉକ୍ତ ମହିଳା ଓ ୨ ଜଣ ବହିସ୍କୃତ ସେନା କର୍ମଚାରୀ ମଦ ପିଇବା ପରେ ପରସ୍ପର ସହମତିରେ ସେମାନେ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ । ଏହାପରେ ମହିଳାଙ୍କୁ ଏକ ନିଛାଟିଆ ରାସ୍ତାରେ ଛାଡି ସେମାନେ ପଳାଇ ଯାଇଥିଲେ । ଏହାପରେ ମହିଳା ଜଣକ ଏକ ଗ୍ୟାଙ୍ଗରେପ୍ ର ନକଲି କାହାଣୀ ସୃଷ୍ଟି କରିଥିଲେ ।

କାହାଣୀ ମୁତାବକ ମହିଳା ଜଣକ ଭିନସାଲୀ ବସ୍ଷ୍ଟାଣ୍ଡରୂ ପ୍ରୟାଗରାଜ ଯିବାକୁ ବସ୍ ରେ ଚଢିଥିଲେ । ହେଲେ ବସ୍ ର ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ବସ୍ ଭିତରେ ବଳାତ୍କାର କରିଥିଲେ । ଏହା ପରେ ଦିଲ୍ଲୀ ରାସ୍ତାର ମେୱଲା ବ୍ରିଜ୍ ନିକଟରେ ତାଙ୍କୁ ବସରୁ ଫିଙ୍ଗିଦେଇ ସେମାନେ ବସ ନେଇ ପଳାଇଯାଇଥିଲେ । ଏହା ପରେ ତାଙ୍କୁ କିଛି ଲୋକ ଉଦ୍ଧାର କରି ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏଭଳି ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମେରୁଟ୍ କ୍ରାଇମ୍ ଏସପି ରାମ ଅର୍ଜ କହିଛନ୍ତି କି ଅଭିଯୋଗକାରୀ ମହିଳା ଜଣକ ସର୍ଦ୍ଦାର ଅଞ୍ଚଳର । ଅଭିଯୋଗ ଭିର୍ତ୍ତିରେ ପୋଲିସ ତଦନ୍ତ କରିବା ପରେ ଏହା ନକଲି ବୋଲି ଜଣାପଡିଛି । ମହିଳା ଜଣଙ୍କ ତାଙ୍କ ସହମତିରେ ଦୁଇ ଜଣଙ୍କ ସହ ସଂପର୍କ ରଖିଥିଲେ । ଅପରାଧ ରାତିରେ ସମସ୍ତେ ମଦ ପିଇଥିଲେ । ଏହାପରେ ସମସ୍ତଙ୍କ ସହମତିରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା । ଯେତେବେଳେ ସେମାନେ ମହିଳା ଜଣଙ୍କୁ ଛାଡି ପଳାଇଥିଲେ ସେତେବେଳେ ମହିଳା ଜଣଙ୍କ ଗଣ-ଦୁଷ୍କର୍ମର କାହାଣୀ ତିଆରି କରିଥିଲେ ।