କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଓଡ଼ିଶାକୁ ଚାରିଆଡୁ ସହାୟତାର ହାତ ବଢୁଛି । ହେଲେ ଏହାରି ମଧ୍ୟରେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଏକ ଫେକ୍ ଫଟୋ । ଆମେରିକା ଓଡ଼ିଶାକୁ ସହାୟତା କରିଥିବା ଘଟଣା ସୋସିଆଲ ମିଡ଼ିଆରେ ହଟଚମଟ ସୃଷ୍ଟି ହୋଇଛି । କାରଣ ନ୍ୟୁୱର୍କ ମାନହାଟନ ଟାଇମ ସ୍କ୍ୱାୟର ଏବଂ ବ୍ୟାଙ୍କ ଅଫ୍ ଆମେରିକା ଟାୱାରରେ ଓଡ଼ିଶାକୁ ସହାୟତା କରିବା ପାଇର୍ ଚିତ୍ର ଦେଖିବାକୁ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ, ଭାଇରାଲ ହେଉଥିବା ଫେକ୍ ଫଟୋ ।
ଯଦି ଆପଣ ପ୍ରକୃତରେ ଓଡ଼ିଶାର ଏଭଳି ଦୁର୍ଦ୍ଦଶା ସମୟରେ ସାଥ୍ ଦେବାକୁ ଚାହାନ୍ତି ତେବେ ଆପଣ ମଧ୍ୟ ସହାୟତା କରିପାରିବେ । ତାହା ପୁଣି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସିଧାସଳଖ ସହାୟତା ପ୍ରଦାନ କରିପାରିବେ । ଆଉ ଏକ ସୁନ୍ଦର ଓଡ଼ିଶା ଗଠନ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିବେ ।
Let’s all join hands to rebuild #Odisha as #CycloneFani has left a trail of widespread devastation. Your contribution can help heal lives. Please contribute to CMRF through official websites, Govt approved digital payment platforms only & not fall prey to any imposture or deceit. pic.twitter.com/5oMOEMF8AN
— CMO Odisha (@CMO_Odisha) May 8, 2019
/p>