କନକ ବ୍ୟୁରୋ : ଜାଲ ନୋଟ କାରବାର ଅଭିଯୋଗରେ ବାରିପଦା ଟାଉନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି । ତା ନିକଟରୁ ପୋଲିସ ୩୨ଟି ଜାଲ ୫୦୦ ଟଙ୍କିଆ ନୋଟ ଜବତ କରିଛି । ଗିରଫ ଯୁବକ ଜଣକ ହେଉଛନ୍ତି ମୟୁରଭଂଜ ରାସଗୋବିନ୍ଦପୁରର ଶାଗେନ ଟୁଡୁ । ତେବେ ଶାଗେନ ଏହି ଟଙ୍କା କେଉଁଠୁ ଆଣିଲେ ଓ ଏଥିରେ କିଏ କିଏ ସଂପୃକ୍ତି ଅଛନ୍ତି ପୋଲିସ ତାହା ତଦନ୍ତ କରୁଛି ।
ରାଜଧାନୀରେ ବୁଲୁଛି ନକଲି ୨ ହଜାର ଟଙ୍କିଆ ନୋଟ । ବରଗଡ ଥାନା ଅଧିନସ୍ଥ ବ୍ରହ୍ମେଶ୍ୱର ପାଟଣା ବସନ୍ତବିହାର ପାନଦୋକାନରେ ୬ଟି ଜାଲ ୨ହଜାର ଟଙ୍କିଆ ନୋଟ ଦେଇ ଖସିପଳାଉଥିବା ଝାଡଖଣ୍ଡର ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଜାଲ ନୋଟ କାରବାର ଚେର ଝାଡଖଣ୍ଢ ପଯ୍ୟନ୍ତ ଲମ୍ବିଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ଅଖତାରକୁ ଜାଲ ନୋଟ କାରବାର ନେଇ ପଚରାଉଚରା କରିବା ସହ ଏଥିରେ ଆଉ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-10-09h32m35s664.png)