ଶଳା-ଭିଣୋଇଙ୍କ ନକଲି ନୋଟ କାରବାର ! ୧୦୦ ଟଙ୍କିଆ ୫୧ ଖଣ୍ଡ ଓ ୨୦୦ ଟଙ୍କିଆ ୪୧ ଖଣ୍ଡ ଜବତ କଲା ପୋଲିସ

27

କନକ ବ୍ୟୁରୋ : ବେଧଡକ ଚାଲିଛି ଜାଲ ନାଟ କାରବାର । ବାଲେଶ୍ୱର ସୋର ଅଂଚଳରେ ନକଲି ନୋଟ୍ କାରବାର ମାମଲାରେ ୫ଜଣ ଗିରଫ ହେବା ପରେ ସାମନାକୁ ଆସିଛି ଭଦ୍ରକ ଭଣ୍ଡାରି ପୋଖରି ଅଂଚଳରୁ ସମାନ ଖବର । ଜାଲ ନୋଟ୍ କାରବାର ଅଭିଯୋଗରେ ଭଣ୍ଡାରୀପୋଖରୀ ଥାନା ନେରଡା ଗାଁର ଶଳା ଓ ଭିଣୋଇଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ୧୦୦ଟଙ୍କିଆ ୫୧ଖଣ୍ଡ, ୨୦୦ଟଙ୍କିଆ ୪୧ଖଣ୍ଡ ଜବତ ହୋଇଛି । ଏହା ସହିତ ସେମାନଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ଚନ୍ଦ୍ରକାନ୍ତ ନାୟକ, ଦେବାଶିଷ୍ ମହାନ୍ତି ଓ ଅଜୟ ସ୍ୱାଇଁଙ୍କୁ ପୋଲିସ ପଚରାଉଚରା କରୁଛି । ସେମାନେ କେନ୍ଦୁଝର ଆନନ୍ଦପୁର ଅଂଚଳରୁ ଜାଲ ନୋଟ୍ ଆଣି କାରବାର କରୁଥିଲେ ବୋଲି ପ୍ରାଥମିକ ସୂଚନା ମିଳିଛି ।

ବାଲେଶ୍ୱର ସୋର ସିମୁଳିଆ ଅଂଚଳରେ ଜାଲନୋଟ୍ କାରବାର ନେଇ ଗତକାଲି ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିଲା । ସିମୁଳିଆ ଜାଲନୋଟ୍ କାରବାରର ମାଷ୍ଟରମାଇଣ୍ଡ ଜଣେ ହୋମିଓପାଥୀ ଡାକ୍ତର ଥିଲେ ବୋଲି ଜଣାପଡିଛି ।ସେମାନଙ୍କ ନିକଟରୁ ଲକ୍ଷେ ଟଙ୍କାରୁ ଅଧିକ ପରିମାଣର ଜାଲ ନୋଟ୍ ଜବତ ହୋଇଥିଲା ।