କନକ ବ୍ୟୁରୋ : ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍ । ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ । ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ ୩ଜଣଙ୍କୁ ଗିରଫ କରିଛି ଏସଟିଏଫ । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ଏସଟିଏଫ ଅଧିକ ଖୋଳତାଡ଼ କରୁଛି । ଗିରଫ ବ୍ୟକ୍ତିକୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରିପାରେ ।