ନକଲି ନୋଟର ନଟୱରଲାଲ ! ବରଗଡରେ ଜାଲଟଙ୍କା ରାକେଟର ପର୍ଦ୍ଦାଫାଶ

29

କନକ ବ୍ୟୁରୋ : ବରଗଡ଼ରେ ନକଲି ନୋଟ୍ କାରବାରର ପର୍ଦ୍ଦାଫାସ୍ । ନକଲି ନୋଟର ନଟୱରଲାଲଙ୍କ ଠାରୁ ମିଳିଲା ୬ ଲକ୍ଷ ୧୨ ହଜାର ଟଙ୍କାର ଜାଲ୍ ନୋଟ୍ । ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ପାଖରୁ ୮୫ ଖଣ୍ଡ ୨ ହଜାର ଟଙ୍କା, ୭୯୩ ଖଣ୍ଡ ୫ଶହ ଟଙ୍କା, ୧୯ ଖଣ୍ଡ ଶହେ ଟଙ୍କିଆ ନୋଟ୍ ଜବତ କରିଛି ପୋଲିସ । ଏହା ସହ ଅଧା ଛପା ହୋଇଥିବା ୫ ସହ ଟଙ୍କିଆର ୨୨ଟି ସିଟ୍ ମଧ୍ୟ ଜବତ ହୋଇଛି ।

ପୋଲିସ ଜାଲ ନୋଟ୍ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଷ୍ଟାମ୍ପ, ସ୍କାନର ଓ ଅନ୍ୟ ସାମଗ୍ରୀ ଜବତ କରିଛି । ୨ଟି ବାଇକ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମଧ୍ୟରୁ ୨ ଜଣ ପୂର୍ବରୁ ମଧ୍ୟ ଜାଲ ନୋଟ୍ କାରବାରରେ ଧରାପଡି ଗିରଫ ହୋଇଥିଲେ । ଅଶୋକ ବେହେରା ନାମକ ଜଣେ ଲୋକଙ୍କୁ ଋଣ ପରିଶୋଧ ବାବଦରେ କୃଷ୍ଣ ମେହେର ଦେଇଥିବା ଟଙ୍କା ନକଲି ଥିବା ଜଣାପଡିଥିଲା । ଏନେଇ ବରଗଡ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ଏହି ସଫଳତା ପାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-