ଭୁବନେଶ୍ୱରରେ ଜାଲ ନୋଟ୍ ଛପା ମାମଲା : ମୁଖ୍ୟ ଅଭିଯୁକ୍ତକୁ ସାଲିଆସାହିରୁ ଗିରଫ କଲା ନୟାପଲ୍ଲୀ ପୁଲିସ୍

21

କନକ ବ୍ୟୁରୋ : ଭୁବନେଶ୍ୱରରେ ଜାଲ ନୋଟ୍ ଛପା ମାମଲାରେ ଜଣେ ଗିରଫ । ଏହି ମାମଲାରେ ଆଜି ନୟାପଲ୍ଲୀ ପୋଲିସ ଜଣକୁ ଗିରଫ କରିଛି । ରାଜଧାନୀ ଭୁବନେଶ୍ୱରରେ ଜାଲ୍ ନୋଟ୍ କାରବାରର ମାଷ୍ଟରମାଇଣ୍ଡ କୁହାଯାଉଥିବା ଏହି ଅଭିଯୁକ୍ତକୁ ସାଲିଆସାହିରୁ ଗିରଫ କରିଛି ପୋଲିସ ।

ବାରିପଦା ପୋଲିସର ରେଡ୍ ବେଳେ ଏହି ଅଭିଯୁକ୍ତ ଜଣକ ଖସି ଯାଇଥିଲା ବୋଲି ସୂଚନା ମିଳିଛି । ଗତ ଦୁଇ ଦିନ ତଳେ ଭୁବନେଶ୍ୱରରେ ନକଲି ୫ ଶହ ଟଙ୍କିଆ ଛପା ହେଉଥିବା ନେଇ ସୂଚନା ମିଳିବା ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା । ସାଲିଆସାହିରେ ଏହି ଟଙ୍କାଶାଳ ଚାଲିଥିବା ଜଣାପଡିବା ପରେ ବାରିପଦା ଟାଉନ୍ ଥାନା ପୋଲିସ ଚଢାଉ କରି ଜଣକୁ ଗିରଫ କରିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –