ସମ୍ବଲପୁର ବାମରାରୁ ନକଲି ନୋଟ କାରଖାନା ଠାବ, ୩ ଗିରଫ: ୯୬ ହଜାର ୩ ଶହ ନକଲି ଟଙ୍କା ଜବତ

ଗିରଫ ଅଭିୁକ୍ତମାନେ ସମ୍ୱଲପୁର ମହମ୍ମଦ ଇରଫାନ, ଇସ୍ଥିଫାକ ଆନସାରୀ ଓ ଝାରସୁଗୁଡାର ମହମ୍ମଦ ଅଜମଲ

135

କନକ ବ୍ୟୁରୋ: ନକଲି ନୋଟ କାରଖାନା ଠାବ, ୩ ଗିରଫ । ୯୬ ହଜାର ୩ ଶହ ନକଲି ଟଙ୍କା ଜବତ ଝାରସୁଗୁଡା ଜିଲ୍ଲା ବନହରପାଲି ପୋଲିସ । ସମ୍ବଲପୁର ବାମରାରେ ଏକ ନକଲି ନୋଟ କାରଖାନା ଠାବ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିୁକ୍ତମାନେ ସମ୍ୱଲପୁର ଗୋବିନ୍ଦପୁରର ମହମ୍ମଦ ଇରଫାନ, ଇସ୍ଥିଫାକ ଆନସାରୀ ଓ ଝାରସୁଗୁଡା ଜିଲ୍ା ଲଖନପୁର ବ୍ଲକ ଖାଡ଼ମର ମହମ୍ମଦ ଅଜମଲ । ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧକାରୀ ସୂଚନା ଅନୁସାରେ, ବନ୍ଧବାହାଲ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗତକାଲି ଅଜମଲ ନକଲି ନୋଟ ଦେଇ ପେଟ୍ରୋଲ ଭରୁଥିଲେ ।

ପମ୍ପ ମାଲିକ ନକଲି ନୋଟ ବିଷୟରେ ଜାଣିପାରି ବନହରପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ଏନେଇ ତଦନ୍ତ କରି ଅଜମଲକୁ ଗିରଫ କରିଥିଲା । ତାକୁ ଅଧିକ ପଚରାଉଚୁରା କରିବା ପରେ ସମ୍ବଲପୁରର ବାମରାରେ ଏକ ନକଲି ନୋଟ କାରାଖାନା ଚାଲୁ ଥିବା ଖବର ଜାଣିବାକୁ ପାଇଥିଲା । ତା’ପରେ ପୋଲିସ ବାମରା ସ୍ଥିତ ନକଲି ନୋଟ କାରଖାନାରେ ଚଢ଼ାଉ କରି ସେଠାରୁ ଅନ୍ୟ ୨ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି । ତାଙ୍କ ଠାରୁ ୯୬ ହଜାର ୩ଶହ ଟଙ୍କାର ନକଲି ଜବତ କରିଛି । ଜବତ ନୋଟରେ ୯୧୮ଟି ୧୦୦ ଟଙ୍କିଆ, ୯ ଟି ୫୦୦ ଟଙ୍କିଆ, ଗୋଟେ କଲର ପ୍ରିଂଟର ଜବତ ହୋଇଛି ।