ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର ପ୍ରସାରକୁ ରୋକିବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଅନୁଜା କପୁର । ମାମଲାର ପୁର୍ନବିଚାର ପାଇଁ କଲେ ଆବେଦନ । 

ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର ପ୍ରସାରକୁ ରୋକିବା ପାଇଁ ସୁପ୍ରିମ କୋର୍ଟରେ ପୂର୍ନବିଚାର ପାଇଁ ଆବେଦନ କରିଛନ୍ତି ଓକିଲ ଅନୁଜା କପୁର ।

195
ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର ପ୍ରସାରକୁ ରୋକିବା ପାଇଁ ସୁପ୍ରିମ କୋର୍ଟରେ ପୂର୍ନବିଚାର ପାଇଁ ଆବେଦନ କରିଛନ୍ତି ଓକିଲ ଅନୁଜା କପୁର । ଅନେକ ସମୟରେ ସୋସିଆଲ ମିଡିଆରେ ଫେକ ନ୍ୟୁଜକୁ ପ୍ରଚାର ପ୍ରାସାର କରାଯାଉଥିବାର ନଜିର ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ଲୋକ ଅସୁବିଧାରେ ପଡିଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍ କୋର୍ଟରେ ପୁର୍ନବିଚାର ଆବେଦନ କରିଛନ୍ତି ଓକିଲ ଅନୁଜା କପୁର । ପୂର୍ବରୁ ସେ ଏ ନେଇ ଆବେଦନ କରିଥିଲେ ମଧ୍ୟ ତାଙ୍କ ଆବେଦନକୁ ଖାରଜ କରି ଦିଆ ଯାଇଥିଲା । ଯାହା ପାଇଁ ସେ ପୁଣି ଥରେ ଏହି ମାମଲାର ପୁର୍ନବିଚାର ନେଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ମିଛ ଖବରକୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ନିୟମ ତିଆରି କରନ୍ତୁ । ସୁପ୍ରିମ କୋର୍ଟ ଏ ନେଇ ଏକ ଗାଇଡଲାଇନ୍ ତିଆରି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଉ ବୋଲି କହି ଅନୁଜା ଆବେଦନ କରିଥିଲେ ।
ମାର୍ଚ୍ଚ ୨ରେ ସେ ଆବେଦନ କରିଥିଲେ ମଧ୍ୟ ଏପ୍ରିଲ ୮ରେ ଆବେଦନକୁ ଖାରଜ କରି ଦିଆ ଯାଇଥିଲା । ଯାହା ପରେ ଅନୁଜା ଏବେ ପୁଣି ଥରେ ନିଜ ଆବେଦନ ଉପରେ ପୁର୍ନବିଚାର କରାଯାଉ ବୋଲି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ସହ ତାଙ୍କୁ ମୌଖିକ ଶୁଣାଣି ପାଇଁ ଅନୁମତି ଦିଆଯାଉ ବୋଲି ସେ ସୁପ୍ରିମ କୋର୍ଟକୁ ଅନୁମତି ମାଗିଛନ୍ତି ।
ସୂଚନା ମୁତାବକ, ସୋସିଆଲ ମିଡିଆରେ ମିଛ ଖବରର ପ୍ରଚାର ପ୍ରସାରକୁ ରୋକିବା ନେଇ କେନ୍ଦ୍ରକୁ ଗାଇଡଲାଇନ୍ ମାଗିବାକୁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅନୁଜା । ମିଛ ଖବର ସମାଜ ପାଇଁ ବଡ଼ ସଙ୍କଟ । ଯାହାକୁ ରୋକାଯିବା ଦରକାର । ସୁପ୍ରିମ କୋର୍ଟକୁ ଏ ନେଇ ଖୁବ୍ ଶୀଘ୍ର ଗାଇଡଲାଇନ୍ ତିଆରି କରିବାର ଆବଶ୍ୟକତା ରହିଛି ବୋଲି କହି ପିଟିସନ ଦାୟର କରିଥିଲେ । ଯାହା ପରେ ଏହି ବିଷୟ ଉପରେ ଶୁଣାଣି କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ କହିଥିଲେ, ଅନୁଜା ବ୍ୟକ୍ତିଗତ ଭାବରେ ଏଭଳି ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଆମେ କୌଣସି ଶୁଣାଣି କରିବାକୁ ଚାହୁଁ ନାହୁଁ । ସେଥିପାଇଁ ଏହି ଆବେଦନକୁ ଖାରିଜ କରି ଦିଆଯାଉଛି ।