ଆଜି ସୁଦ୍ଧା ବକେୟା ବିଲ୍ ପୈଠ ନ କଲେ ସହର ଅନ୍ଧାର ହେଲା ଖବର, ସ୍ପଷ୍ଟୀକରଣ ରଖିଲା ବିଇଏମସି

143

କନକ ବ୍ୟୁରୋ : ବ୍ରହ୍ମପୁରରେ ବିଇଏମସିର ୭ କୋଟି ୬୫ ଲକ୍ଷ ଟଙ୍କା ବକେୟା ବିଦ୍ୟୁତ ବିଲ ନେଇ ପ୍ରତିକ୍ରିୟା ରଖିିଛି ମହାନଗର ନିଗମ । ଆଜି ସୁଦ୍ଧା ବକେୟା ବିଲ ପୈଠ ନ କଲେ ସହର ଅନ୍ଧାର ହୋଇଯିବ ବୋଲି ଯେଉଁ ଖବର ପ୍ରସାରଣ ହେଉଛି ତାହା ଠିକ ନୁହେଁ ବୋଲି ଟ୍ୱିଟ କରି ମହାନଗର ନିଗମ ପକ୍ଷରୁ କୁହାଯାଇଛି । ନିଗମ କହିଛି, ବକେୟା ରହିଥିବା ବିଦ୍ୟୁତ ବିଲକୁ ନିୟମିତ ଭାବେ ପୈଠ କରାଯାଉଛି । ବିଦ୍ୟୁତ କାଟ ନେଇ କୌଣସି ପ୍ରଶ୍ନ ଉଠୁନାହିଁ ।

୨୦୨୧ ମାର୍ଚ୍ଚ ପୂର୍ବରୁ ନିଗମ ଉପରେ ପ୍ରାୟ ୧୬ କୋଟି ବିଦ୍ୟୁତ ବିଲ୍ ବକେୟା ରହିଥିଲା । ଏନେଇ ଭିନ୍ନ ଭିନ୍ନ ସମୟରେ ବିଇଏମସିକୁ ନୋଟିସ କରାଯାଇଛି । କିନ୍ତୁ ବିଇଏମସି ଏଥିରେ ଅକ୍ଷମତା ପ୍ରକାଶ କରିବା ସହ ୱାନ ଟାଇମ୍ ସେଟେଲମେଂଟ କରିବାକୁ ଅନୁରୋଧ କରିଥିଲା । ଅନୁରୋଧ ରକ୍ଷା କରି ଟିପିଏସଓଡିଏଲ ପ୍ରାୟ ୮ କୋଟି ୫୫ ଲକ୍ଷ ଛାଡ଼ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ବଳକା ୭ କୋଟି ୬୫ ଲକ୍ଷକୁ ୧୭ ତାରିଖ ସୁଦ୍ଧା ପୈଠ କରିବାକୁ କୁହାଯାଇଥିଲା ।