କନକ ବ୍ୟୁରୋ: ମାଟ୍ରିମୋନିରେ ସାଇଟ୍ ଖୋଲି ନିଜକୁ ନୌସେନାର ଅଫିସର ପରିଚୟ ଦେଇଥିଲେ ଏବଂ ପରେ ଯୁବତୀଙ୍କୁ ଫସାଇ ବ୍ଲାକମେଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତରେ ଫଟୋ ଓ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ଯୁବକ ସୌମ୍ୟରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୁଲିସ ।
ସୌମ୍ୟରଞ୍ଜନ ନୌସେନା ଅଧିକାରୀର ପରିଚୟ ଦେଇ ମାଟ୍ରିମୋନିଆଲ ସାଇଡରେ ଆକାଉଂଟ ଖୋଲି ଯୁବତୀଙ୍କ ଫସାଇଥିଲେ । ପରେ ଏହା ଫେକ୍ ଆଇଡି ବୋଲି ଝିଅଘର ଲୋକ ଜାଣିବା ପରେ ବିବାହ ଭାଙ୍ଗିଦେଇଥିଲେ । ଯାହାକୁ ନେଇ ଯୁବକଙ୍କ ପାଖରେ ଥିବା ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏନେଇ ଅଭଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/34-14.jpg)