ମଶା ଧୂପ ବି ନକଲି : ପାରାଦୀପ ତାରେଣୀଗଡ଼ାରେ ନକଲି ମଶା ଧୂପ ପ୍ରସ୍ତୁତି ୟୁନିଟ ଉପରେ ଚଢ଼ାଉ, ଜଣେ ଗିରଫ

Advertisment
ମଶା ଧୂପ ବି ନକଲି : ପାରାଦୀପ ତାରେଣୀଗଡ଼ାରେ ନକଲି ମଶା ଧୂପ ପ୍ରସ୍ତୁତି ୟୁନିଟ ଉପରେ ଚଢ଼ାଉ, ଜଣେ ଗିରଫ

କନକ ବ୍ୟୁରୋ : ମଶା ଧୂପ ବି ନକଲି । ପାରାଦୀପ ତାରେଣୀଗଡ଼ାରେ ନକଲି ମଶା ଧୂପ ପ୍ରସ୍ତୁତି ୟୁନିଟ ଉପରେ ଚଢ଼ାଉ କରିଛି ପୋଲିସ । କର୍ଣ୍ଣାଟକର ଶ୍ଲିପ ୱେଲ ନକଲି ଷ୍ଟିକର ଓ ଲୋଗୋର ବ୍ୟବହାର କରି କାରବାର କରୁଥିଲେ ଅଭିଯୁକ୍ତ ରବିନ୍ଦ୍ର ନାୟକ ଓ ତାଙ୍କ ପୁଅ ବିକାଶ ।

ଏନେଇ ଏକ ଅଭିଯୋଗକୁ ଭିତି କରି ମୁମ୍ବାଇର ଏକ ଅନୁସନ୍ଧାନକାରୀ ଦଳ ଓଡ଼ିଶାରେ ପହଂଚି ରବିନ୍ଦ୍ରଙ୍କ ଦ୍ୱାରା ବଂଟାଯାଇଥିବା ମଶା ଧୂପର ନମୁନା ପରୀକ୍ଷା କରିଥିଲେ । ଫରୀକ୍ଷା ଫଳାଫଳ ପାଇବା ପରେ ପାରାଦୀପ ପୋଲିସର ସହାୟତାରେ ଟିମ୍ କାରଖାନାରେ ଚଢ଼ାଉ କରି ସମସ୍ତ ଉପକରଣ ଏବଂ କଂଚାମାଲ ଜବତ କରିଛି । ଘଟଣାରେ ରବିନ୍ଦ୍ରଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପୁଅ ଓ ଅନ୍ୟମାନେ ଖସି ପଳାଇଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe