କନକ ବ୍ୟୁରୋ : ମଶା ଧୂପ ବି ନକଲି । ପାରାଦୀପ ତାରେଣୀଗଡ଼ାରେ ନକଲି ମଶା ଧୂପ ପ୍ରସ୍ତୁତି ୟୁନିଟ ଉପରେ ଚଢ଼ାଉ କରିଛି ପୋଲିସ । କର୍ଣ୍ଣାଟକର ଶ୍ଲିପ ୱେଲ ନକଲି ଷ୍ଟିକର ଓ ଲୋଗୋର ବ୍ୟବହାର କରି କାରବାର କରୁଥିଲେ ଅଭିଯୁକ୍ତ ରବିନ୍ଦ୍ର ନାୟକ ଓ ତାଙ୍କ ପୁଅ ବିକାଶ ।
ଏନେଇ ଏକ ଅଭିଯୋଗକୁ ଭିତି କରି ମୁମ୍ବାଇର ଏକ ଅନୁସନ୍ଧାନକାରୀ ଦଳ ଓଡ଼ିଶାରେ ପହଂଚି ରବିନ୍ଦ୍ରଙ୍କ ଦ୍ୱାରା ବଂଟାଯାଇଥିବା ମଶା ଧୂପର ନମୁନା ପରୀକ୍ଷା କରିଥିଲେ । ଫରୀକ୍ଷା ଫଳାଫଳ ପାଇବା ପରେ ପାରାଦୀପ ପୋଲିସର ସହାୟତାରେ ଟିମ୍ କାରଖାନାରେ ଚଢ଼ାଉ କରି ସମସ୍ତ ଉପକରଣ ଏବଂ କଂଚାମାଲ ଜବତ କରିଛି । ଘଟଣାରେ ରବିନ୍ଦ୍ରଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପୁଅ ଓ ଅନ୍ୟମାନେ ଖସି ପଳାଇଥିବା ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/ilu.klio_..jpg)