ଆପଣଙ୍କୁ ଆସୁଛି କି ଏମିତି ମେସେଜ? ଖାଲି ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ

560

ଏବେ ସାଇବର ଠକମାନେ ଲୋକଙ୍କୁ ସରକାରୀ ଯୋଜନାର ବାହାନା ଦେଖାଇ ଠକୁଛନ୍ତି । କାରଣ ସାଧାରଣ ଲୋକଙ୍କର ସରକାରୀ ଯୋଜନା ଉପରେ ପ୍ରଗାଢ ବିଶ୍ୱାସ ରହିଛି ଓ ତାର ଫାଇଦା ଉଠାଉଛନ୍ତି ସାଇବର ଠକମାନେ ।

ଏବେ ଆମେ ଆପଣଙ୍କୁ ଏକ ସଦ୍ୟ ମାମଲାର ମେସେଜ ବାବଦରେ କହିବାକୁ ଚାହୁଁଛୁ । ସାଇବର ଠକମାନେ ଜଣେ ଲୋକଙ୍କ ପାଖକୁ ଏହିଭଳି ମେସେଜ ପଠାଇଛନ୍ତି । ଯେଉଁଥିରେ ଲେଖା ଅଛି ଆପଣଙ୍କର ଏହି ———୨୫୨୯୮୭ ଆକାଉଣ୍ଟକୁ  ତାରିଖରେ ସରକାରୀ ଯୋଜନାରୁ ୨୬,୩୦, ୫୨୫ ଟଙ୍କା କ୍ରେଡିଟ ହୋଇଛି । ଏହି ମ୍ୟାସେଜ ସହିତ ଏକ ଲିଙ୍କ ଦିଆଯାଇଛି ଓ ଆପଣ ଏହି ଲିଙ୍କ ଉପରେ କ୍ଲିକ କଲେ ଆପଣଙ୍କ ଟଙ୍କା ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ ହୋଇଯିବ ।

ଏହିଭଳି ସାଇବର କ୍ରାଇମକୁ ରୋକିବାକୁ ସରକାରୀ ଫ୍ୟାକ୍ଟ ଚେକ୍ ଏଜେନ୍ସି ତରଫରୁ ଲୋକମାନଙ୍କୁ ସଚେତନ କରାଯାଇଛି । ଫ୍ୟାକ୍ଟ ଚେକ ଏଜେନ୍ସି କହିଛି କି ଏହା ଏକ ମିଛ ମ୍ୟାସେଜ ଲୋକମାନେ ଏହି ମ୍ୟାସେଜକୁ ଗୁରୁତ୍ୱ ନଦେଇ ଏହାକୁ ତୁରନ୍ତ ଡିଲିଟ କରିବାକୁ ପରାମର୍ଶ ଦିଆଯାଇଛି ।

ଫ୍ୟାକ୍ଟ ଚେକ୍ ଏଜେନ୍ସି କହିଛି କି ସରକାରଙ୍କର ଏଭଳି କିଛି ଯୋଜନା ନାହିଁ । ଏହାସହ ସରକାର କାହାକୁ ବି ଏଭଳି ମ୍ୟାସେଜ ପଠାନ୍ତି ନାହିଁ । ଏଭଳି ମ୍ୟାସେଜ କେବଳ ସାଇବର ଠକମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନେବାକୁ ପଠାନ୍ତି ବୋଲି ଫ୍ୟାକ୍ଟ ଚେକ ଏଜେନ୍ସି କହିଛି ।