କନକ ବ୍ୟୁରୋ : କଟକ ବଜାରରେ ନକଲି ଔଷଧ ମିଳୁଥିବା ଅଭିଯୋଗ । ଦାମୀ ବ୍ରାଣ୍ଡର ମେଡିସିନକୁ ନକଲ କରାଯାଇ ବଜାରକୁ ଛଡାଯାଉଥିବା ଅଭିଯୋଗ ହୋଇଛି । କଟକର ମାଣିକଘୋଷ ବଜାର, ବାଦାମବାଡି, ବାଙ୍କାବଜାର, ମଙ୍ଗଳବାଗ ସମେତ ୧୨ଟି ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏକ ଦାମୀ ବ୍ରାଣ୍ଡ କମ୍ପାନୀର ନକଲି ଔଷଧକୁ ଜବତ କରାଯାଇଛି ।

Advertisment

ଏହି ଔଷଧ ପାଟଣା, ବିହାର, ବେଙ୍ଗାଲୁରୁରୁ କଟକ ଓ ଭୁବନେଶ୍ୱରକୁ ଛଡାଯାଇଛି । କଟକ, ଭୁବନେଶ୍ୱର, ବାଲେଶ୍ୱର ସମେତ, ରାଜ୍ୟର ପ୍ରାୟ ୭ଟି ଅଞ୍ଚଳକୁ ଏହି ଔଷଧ ଯାଇଥିବା ଜଣାପଡ଼ିଛି । ତେଣୁ ଏସବୁ ଔଷଧକୁ ବିକ୍ରି ନକରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପାଖାପାଖି ହଜାରେ ଦୋକାନକୁ ଏହି ମେଡିସିନ୍ ଯାଇଥିବା ଆଶଙ୍କା କରାଯାଉଛି । ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏଯାଏ ଏଭଳି ୩ ଲକ୍ଷ ଟଙ୍କାର ଔଷଧ ଜବତ କରି ସାରିଲାଣି ।