ନକଲି ମଦ ଦୋକାନ ଉପରେ ଚଢାଉ । ଗ୍ରାହକ ବେଶରେ ଯାଇ ଚଢାଉ କଲେ ମାଜିଷ୍ଟ୍ରେଟ୍

179

କନକ ବ୍ୟୁରୋ : ବ୍ରହ୍ମପୁରରେ ନକଲି ମଦ ଦୋକାନ ଉପରେ ଗ୍ରାହକ ବେଶରେ ଚଢାଉ କଲେ ମାଜିଷ୍ଟ୍ରେଟ୍ । ବ୍ରହ୍ମପୁର ସହରରେ ବିଭିନ୍ନ ମଦ ଦୋକାନରେ ନକଲି ବିୟର ବିକ୍ରି ନେଇ ଅଭିଯୋଗ ଆସିବା ପରେ ଏପରି ଚଢାଉ ହୋଇଥିଲା । ୭ଟି ଦୋକାମରେ ଅବକାରୀ ବିଭାଗ ଚଢାଉ କରି ଷ୍ଟକ୍ ଯାଂଚ କରିଛନ୍ତି ।

ଚଢାଉ ବେଳେ ଷ୍ଟକରେ କିଛି ଏକ୍ସପାରୀ ହୋଇଥିବା ମଦ ମିଳିଥିବା ସୂଚନା ମିଳିଛି । କିପରି ଭାବରେ ଏକ୍ସପାରୀ ହୋଇଥିବା ମଦ ଗୁଡିକ କାଉଁଟରରେ ବିକ୍ରି କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଗ୍ରାହକ ବେଶରେ ନିଜେ ମାଜିଷ୍ଟ୍ରେଟ୍ ଏପରି ଚଢାଉ କରିବା ମଦ ବ୍ୟବସାୟୀଙ୍କ ଭିତରେ ଛନକା ପସିଛି ।