ଫେସବୁକରେ ସକ୍ରିୟ ହେଉଛି ଫେକ ଲାଇକ୍ ଓ କମେଣ୍ଟ ସୃଷ୍ଟି କରୁଥିବା ସଫ୍ଟଓୟାର !

ଫେସ୍ବୁକ୍ ଉପରେ ବିପଦ ! ଫେସ୍ବୁକ୍ ଅପଡେଟ୍ ଭର୍ସନରେ ପ୍ରଭାବିତ ହେଲା ୫ କୋଟି ୟୁଜର୍ସଙ୍କ ଆକାଉଣ୍ଟ । କେମିତି ବର୍ତ୍ତିବେ ଆପଣ, ଜାଣନ୍ତୁ ।

source : Moneycontrol

ଫେସବୁକର ସୁରକ୍ଷା ବଳୟରେ ତୃଟି ଯୋଗୁଁ ଏକ ନିୟୁତରୁ ଅଧିକ ସଂଖ୍ୟକ ଅସଲି ଏବଂ ନକଲି ଆକାଉଣ୍ଟସ୍ ଫେକ୍ ଲାଇକ ଏବଂ କମେଣ୍ଟ ପାଇବାରେ ସଫଳ ହୋଇଛନ୍ତି । ତୃଟି ହେତୁ ଫେକ ଲାଇକ୍ ଓ କମେଣ୍ଟ ସୃଷ୍ଟି କରୁଥିବା ସଫ୍ଟଓୟାରଗୁଡ଼ିକ ସକ୍ରିୟ ହୋଇଉଠିଛନ୍ତି । ଫଳରେ ଅତିକମ୍ରେ ୧୦୦ ମିଲିୟନ୍ ଲାଇକ୍ ଏବଂ କମେଣ୍ଟ୍ ସୃଷ୍ଟି କରିଛନ୍ତି ।

ଆମେରିକାରେ ଥିବା ୟୁନିଭରସିଟି ଅଫ୍ ଆଇଓ୍ଵା ଏବଂ ପାକିସ୍ତାନରେ ଥିବା ଲାହୋର୍ ୟୁନିଭରସିଟି ଅଫ୍ ମ୍ୟାନେଜ୍ମେଣ୍ଟ୍ ସାଇନ୍ସ ଏକ ଅନୁଧ୍ୟାନ ଜରିଆରେ ସଂପୃକ୍ତ ଫେକ୍ ଲାଇକ୍ ଓ କମେଣ୍ଟର ସନ୍ଧାନ ପାଇଛନ୍ତି । ଯେହେତୁ ଅଧିକ ଲାଇକ ଓ କମେଣ୍ଟ ପାଉଥିବା ପୋଷ୍ଟ ଫେସବୁକରେ ଅଧିକ ପ୍ରଦର୍ଶିତ ହୋଇଥାଏ ତେଣୁ କେତେକ ବ୍ୟବହାରକାରୀ ଫେକ ଲାଇକ୍ ଓ କମେଣ୍ଟ ସୃଷ୍ଟି କରୁଥିବା ସଫ୍ଟସୟାରଗୁଡ଼ିକର ଉପଯୋଗ କରନ୍ତି । ବ୍ୟବହାରକାରୀଙ୍କୁ ନିଜ ଆକାଉଣ୍ଟ୍କୁ ବ୍ୟାପକ୍ ଲାଇକ୍ ସୃଷ୍ଟିକାରୀ ନେଟ୍ଓ୍ଵର୍କ ସହ ପରିଚିତ କରାଇବାକୁ ହୋଇଥାଏ । ଫଳରେ ତାଙ୍କ ଆକାଉଣ୍ଟ୍ ବହୁ ସଂଖ୍ୟକ ଲାଇକ୍ ପାଇପାରିବ ବୋଲି ଗବେଷକ ମତ ଦେଇଛନ୍ତି । ଟିମ୍ ପକ୍ଷରୁ ଚେତାବନୀ ମିଳିଛି ଯେ ଏହାର ଖରାପ ପାର୍ଶ୍ୱ ମଧ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe