ମିଛ କିଡନାପର କାହାଣୀ କହୁଛି ସ୍ୱିଗି ବୟ

ଭୁବନେଶ୍ୱର ଧଉଳି ଥାନାରେ ସ୍ୱିଗି ବୟକୁ ପଚରାଉଚରା, ଘଟଣାସ୍ଥଳରେ ଡ଼େମୋ ଦେଖାଇବ ପତିତପାବନ; ଫେରାରରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ପଚରାଉଚରା

275

କନକ ବ୍ୟୁରୋ : ନିଜେ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ପତିତପାବନ ପୃଷ୍ଟିଙ୍କୁ ମଧ୍ୟପ୍ରଦେଶରୁ ଆଜି ସକାଳେ ଭୁବନେଶ୍ୱର ଅଣାଯାଇଛି । ପ୍ରେମିକା ସହ ତାକୁ ଭୁବନେଶ୍ୱର ଅଣାଯାଇଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ସ୍ପୋଶାଲ ସ୍କ୍ୱାର୍ଡର  ୪ଜଣିଆ ଟିମ୍  ସେମାନଙ୍କୁ ଧରି ଓଡିଶା ଫେରିଛି । ସୋମବାର ଦିନ ମଧ୍ୟପ୍ରଦେଶ କଟନୀ ଜିଆରପି ପୁଲିସ ସେମାନଙ୍କୁ ଠାବ କରି କମିଶନରେଟ ପୁଲିସକୁ ଜଣାଇଥିଲେ । ପତିତିପାବନ ପତ୍ନୀଙ୍କୁ ବି ପୁଲିସ ପଚରାଉଚରା କରିପାରେ । ସେପଟେ ଏମାନଙ୍କୁ  ଓଡିଶା ବାହାରକୁ ଖସିବାରେ ସହଯୋଗ କରିଥିବା  ଯୁବତୀଙ୍କୁ  ଗୋପ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।

ପତିତପାବନ ଯେଉଁ ଜାଗାରେ  ଅପହରଣ ଓ ମିଛ ନାଟକ ରଚିଥିଲା ସେହି ଜାଗାକୁ ପତିତପାବନଙ୍କୁ ନେଇ ପଚରାଉଚରା କରିପାରେ । ଧଉଳି ଥାନାପୁଲିସ ଗୋପ ପୁଲିସ ସହ  ଯୋଗାଯୋଗ କରୁଛି । ପତିତପାବନ ପୃଷ୍ଟି ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣର ନାଟକ । କିଡନାପର କରାଯାଇଥିବା ନେଇ ସେ ତାଙ୍କ ପତ୍ନୀଙ୍କୁ ଅଡିଓ ମେସେଜ୍ ପଠାଇଥିଲା । ଅଡିଓ ମେସେଜରୁ ତାଙ୍କୁ ଅପହରଣ କରାଯାଇନଥିବା ପୋଲିସ ସନ୍ଦେହ କରିଥିଲା । ସେ ମଧ୍ୟପ୍ରଦେଶ ପଳାଇଥିବା ସନ୍ଦେହ କରି ମଧ୍ୟପ୍ରଦେଶ ଆରପିଏଫ୍ ସହ ଯୋଗାଯୋଗ କରିଥିଲା । ମଧ୍ୟପ୍ରଦେଶ ଆରପିଏଫ୍ ସହାୟତାରେ ପତିତପାବନ ଓ ତାଙ୍କ ସହ ଥିବା ଯୁବତୀକୁ ଅଟକ ରଖାଯାଯାଇଥିଲା ।

ଚିକୁନ୍‌ର ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଫେରାର ହୋଇଥିବା ଏହି ଯୁବତୀ ଜଣକ ତାଙ୍କର ଜଣେ ବାନ୍ଧବୀଙ୍କ ମୋବାଇଲ ଫୋନରେ ଚିକୁନ୍‌ ସହ ଅଧିକାଂଶ ସମୟରେ କଥାବାର୍ତ୍ତା ହେଉଥିଲେ । ଯୁବତୀ ଜଣଙ୍କ ଚିକୁନ୍‌ର ଜଣେ ସଂପର୍କୀୟ ଭଉଣୀ ହୋଇଥିବାରୁ ସେ ସେମାନଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିଲେ । ଚିକୁନ୍‌ ବିବାହ କରି ସାରିଥିବାରୁ ପରିବାର ଲୋକେ ତା’ର ଏଭଳି ଅନ୍ୟ ଝିଅ ସହି ସଂପର୍କକୁ ବିରୋଧ କରୁଥିଲେ। ମାତ୍ର ଏହି କଥାକୁ ସେଭଳି ଗୁରୁତ୍ବର ସହ ନେଇନଥିଲେ ଚିକୁନ୍ । କଲ୍‌ ଡିଟେଲ୍ସ ରିପୋର୍ଟ ଆଧାରରେ ଗୋପ ଥାନା ପୁଲିସ ମଧ୍ୟସ୍ଥି ସାଜିଥିବା ସଂପୃକ୍ତ ଯୁବତୀଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ସହ ତା’ର ମୋବାଇଲ ଫୋନ ଜବତ କରିଥିବା ଜଣାପଡ଼ିଛି ।