ଖର୍ଚ୍ଚ ପାଇଁ ଫାଷ୍ଟପୁଡ୍ ଦୋକାନୀ ବନିଗଲେ ନକଲି ସାମ୍ବାଦିକ : ବେକରେ ପରିଚୟ ପତ୍ର ପକାଇ ବଟି ମାଗିବାକୁ ଯାଇଥିବା ବେଳେ କାବୁ କଲା ପୋଲିସ, ମାନିଲେ ସତ

315

କନକ ବ୍ୟୁରୋ : କରୋନା ସମୟରେ ବ୍ୟବସାୟ ବନ୍ଦ ଥିବା ବେଳେ ଫାଷ୍ଟପୁଡ୍ ଦୋକାନୀ ବନିଗଲେ ନକଲି ୱେବ ସାମ୍ବାଦିକ । ବେକରେ ପରିଚୟ ପତ୍ର ପକାଇ ଜୁଆ ଖେଳାଳିଙ୍କ ପାଖକୁ ବଟି ମାଗିବାକୁ ଯାଇଥିବା ବେଳେ ପୁଲିସ ହାତରେ ଧରା ପଡି ସତ ବଖାଣିଲେ ନକଲି ସାମ୍ବାଦିକ । କେବଳ କିଛି ଖର୍ଚ୍ଚ ଆଣିବାକୁ ଜୁଆଡିଙ୍କ ପାଖକୁ ଯାଇଥିବା ମୁହଁରେ ମାନିଲେ ।

ଖବର ଅନୁସାରେ, ମଙ୍ଗଳପୁର ପୁଲିସ ବଉଲାଙ୍ଗ ଅଂଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିବା ବେଳେ ସ୍ଥାନୀୟ ଅଂଚଳର ଜଣେ ଫାଷ୍ଟପୁଡ ଦୋକାନୀ ସାମ୍ବାଦିକ ଭାବେ ଜୁଆଡିଙ୍କ ସହ ମିଶିଥିବା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ଜୁଆଆଡ୍ଡାରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଗିରଫ ନକଲି ସାମ୍ବାଦିକଙ୍କ ପ୍ରେସ ପରିଚୟ ପତ୍ରକୁ ଜବତ କରାଯାଇଛି । ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯିବା ପରେ ଅଧିକ ଅନୁସନ୍ଧାନ ଜାରି ରହିଛି ।