ପରିଚୟ ସାମ୍ବାଦିକର, ହେଲେ ଅସଲ କାମ ଦାଦାବଟି ଆଦାୟ । ଖଣି ବ୍ୟବସାୟୀଙ୍କୁ ଅପରହଣ କରି ନିସ୍ତୁକ ମାଡ

124

କନକ ବ୍ୟୁରୋ: ନାରାବାଜି ଦେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଥିବା ଏବଂ ସାମ୍ବାଦିକ ବୋଲି ଦାବି କରୁଥିବା ଏହି ଯୁବତୀଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଗଧାଡିର ସାମ୍ବାଦିକ ଭାବେ ପରିଚୟ ଦେବା ସହ ୨ଜଣ ଖଣି ବ୍ୟବସାୟୀଙ୍କୁ ଅପହରଣ କରିନେବା ଭଳି ସଂଗୀନ ଅଭିଯୋଗ ଆସିଛି । ଉଦ୍ଦେଶ୍ୟ ଥିଲା ବ୍ଲାକମେଲିଂ କରି ମୋଟା ଅଙ୍କର ବଟି ଅସୁଲ କରିବା । ଗୋଟିଏ ଘରେ ୨ ବ୍ୟବସାୟୀଙ୍କୁ ଅଟକ ରଖି ନିର୍ଯାତନା ଦିଆଯିବା ସହ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ, କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରରୁ ଖଣିଜ ପଦାର୍ଥ ପରିବହନ କରୁଥିଲେ । ଯୋଡା- ବଡବିଲରୁ ସେମାନଙ୍କ ଟ୍ରକ ପାରାଦୀପ ବନ୍ଦର ଓ ଅନନ୍ୟା ସ୍ଥାନକୁ ମାଲ ପରିବହନ କରିଥାଏ । ହେଲେ ନିଜକୁ ସାମ୍ବାଦିକ ଦାବି କରୁଥିବା ଏହି ଯୁବତୀ ଓ ତାଙ୍କ ସହକର୍ମୀଙ୍କ ନଜର ପଡ଼ିଥିଲା ଏମାନଙ୍କ ଉପରେ । ଷ୍ଟିଙ୍ଗ ଅପରେସନରେ ସେମାନଙ୍କ ଦୁର୍ନୀତି ଧରା ପଡିଥିବା କହି ଆରମ୍ଭ କରି ଦେଇଥିଲେ ବ୍ଲାକମେଲିଂ ।

ଅଭିଯୋଗ ପରେ ଏହି ଯୁବତୀଙ୍କ ସମେତ ୱେବ ପୋର୍ଟାଲର ୫ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ସଂସ୍ଥାର ମାଲିକ ଫେରାର ହୋଇ ଯାଇଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତମାନଙ୍କୁ ତଡ଼ପାର କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ପୂର୍ବରୁ ବଟି ମାଗିବା ଅଭିଯୋଗରେ ଅନ୍ୟ ଏକ ୱେବ ପୋର୍ଟାଲର କିଛି ତଥାକଥିତ ସାମ୍ବାଦିକଙ୍କୁ ଗିରଫ କରିିଥିଲା ପୁଲିସ ।